Masthead

କେଉଁ କୂଳର ହେବେ ସୁର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ମଇଦାନରୁ ପଛଘୁଞ୍ଚା ନେଲେ ସୁର । ୧୯ରେ ଲଢି ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୪ରେ ନେଲେ ବିଦାୟ । ବର୍ଷୀୟାନ ରାଜନେତାରେ ନିଜ ନାମକୁ କରିଥିଲେ ସାମିଲ । ହେଲେ ଏବେ ହେଲେନି କେଉଁ କୂଳର । କଂଗ୍ରେସରୁ ନେତା, ବିଧାୟକ ଓ ବନିଥିଲେ ମନ୍ତ୍ରୀ । ଠିକ ଭୋଟ ପୂର୍ବରୁ ହାତ ଦଳକୁ ଦେଇଦେଲେ କି ଧୋକା ? ଚର୍ଚ୍ଚା ହେଉଛି ସାନ ପୁଅ ମନ୍ମଥ ରାଉତରାୟକୁ ବିଜେଡିକୁ ପଠାଇ କରିଦେଲେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ । ଖାଲି ସେତିକି ନୁହେଁ ପ୍ରଚାର ବି କଲେ ।

ଲୋକଙ୍କ ସମାଲୋଚନାକୁ ନଜରରେ ରଖି କଂଗ୍ରେସରେ ନିଜର ସ୍ଥାୟିତ୍ୱ ସହ ନିଜ ଆସନ ଜଟଣୀକୁ କବଜାରେ ରଖିବା ପାଇଁ ନା ନା କଥା କହିବା ସହ ବାରମ୍ବାର ମତ ପରିବର୍ତ୍ତନ କରିଚାଲିଲେ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପାଇଁ ଟିକେଟ କରାଇବା ପାଇଁ ଚଳାଇଲେ ଗୋଟିଚାଳନା । ହେଲେ ହେଲାନି ସଫଳ । ସମସ୍ତଙ୍କ ଆଖିରେ ଆଗରେ ଜଟଣୀ ଟିକେଟ ନେଇ ଚାଲିଗଲେ ସନ୍ତୋଷ ଜେନା । ତାଙ୍କୁ ନେଇ ଅନେକ ବାଦ ବିବାଦ ପରେ କେବେ ଆସିଲେ କେବେ ମିଶିଲେ କେହି ବୁଝିବା ଆଗରୁ ଦଳ ନାମକୁ କଲା ଘୋଷଣା । ସେ ଚିନ୍ତାରୁ ସୁରେଶ ବାହାରି ନଥିବା ବେଳେ ଏଆଇସିସି ନେଇଗଲା କାର୍ଯ୍ୟାନୁଷ୍ଠାନ । ୬ବର୍ଷ ପାଇଁ ଦଳ ଦେଖାଇଦେଲା ବାହାର ରାସ୍ତା । ଦଳ ବିରୋଧି ଓ ବିଶୃଙ୍ଖଳା କାର୍ଯ୍ୟ ପାଇଁ ହାତ ଦଳ କଲା ବହିସ୍କାର । ଏବେ ହୁଏତ ଆଉ ରାସ୍ତାରେ ନାହିଁ କଣ୍ଟା ପୁଅ ପାଇଁ ଧରି ପାରନ୍ତି ପ୍ରଚାରର ମଙ୍ଗ ।

ମଇଦାନକୁ ଓହ୍ଲାଇ କରି ପାରନ୍ତି ଭୋଟ ଭିକ୍ଷା । ଏତେ ପରେ ବି ଯଦି ପୁଅ ମନ୍ମଥ ପରାଜୟ ବରଣ କରନ୍ତି ତେବେ ହୋଇପାରେ ରାଉତରାୟ ପରିବାରର ରାଜନୀତିକ ଦି ଏଣ୍ଡ ! ଆଗକୁ ସମୟ ଓ ଭୋଟ ଫଳାଫଳ ହିଁ କହିବ ସୁରଙ୍କ ଭାଗ୍ୟ ଭବିଷ୍ୟତ କ’ଣ ହେବ । ନା ଭୂପିନ୍ଦର ସିଂଙ୍କ ଦଶା ଭୋଗିବେ ସୁରେଶ ରାଉତରାୟ । ଦିନେ ବିରୋଧି ଦଳ ନେତା ଓ କଂଗ୍ରେସକୁ ବାଏ ବାଏ କରି ବିଜେଡିକୁ ଚାଲି ଯାଇଥିଲେ ଭୂପିନ୍ଦର । ସବୁ ଠିକ ଠାକ ଚାଲୁଥିଲା ଟିକେଟ ବି ପାଇ ଆସୁଥିଲେ ଦଳକୁ ବିଜେତା ବି କରୁଥିଲେ କିନ୍ତୁ ହଟାତ ପକ୍ଷ ଛେଦନ କରିଦେଲେ ନବୀନ । ୨୪ ନିର୍ବାଚନରୁ ଦେଲେ ଦୁରେଇ । ଏବେ ଆଉ କେଉଁ କୂଳର ହେବେ ଜାଣି ପାରୁନାହାନ୍ତି ଭୂପିନ୍ଦର । ସମାନ ରାସ୍ତାରେ କି ଏବେ ସୁରେଶଙ୍କ ଭାଗ୍ୟ !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା