Masthead

କେଉଁ କୂଳର ହେବେ ସୁର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ମଇଦାନରୁ ପଛଘୁଞ୍ଚା ନେଲେ ସୁର । ୧୯ରେ ଲଢି ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୪ରେ ନେଲେ ବିଦାୟ । ବର୍ଷୀୟାନ ରାଜନେତାରେ ନିଜ ନାମକୁ କରିଥିଲେ ସାମିଲ । ହେଲେ ଏବେ ହେଲେନି କେଉଁ କୂଳର । କଂଗ୍ରେସରୁ ନେତା, ବିଧାୟକ ଓ ବନିଥିଲେ ମନ୍ତ୍ରୀ । ଠିକ ଭୋଟ ପୂର୍ବରୁ ହାତ ଦଳକୁ ଦେଇଦେଲେ କି ଧୋକା ? ଚର୍ଚ୍ଚା ହେଉଛି ସାନ ପୁଅ ମନ୍ମଥ ରାଉତରାୟକୁ ବିଜେଡିକୁ ପଠାଇ କରିଦେଲେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ । ଖାଲି ସେତିକି ନୁହେଁ ପ୍ରଚାର ବି କଲେ ।

ଲୋକଙ୍କ ସମାଲୋଚନାକୁ ନଜରରେ ରଖି କଂଗ୍ରେସରେ ନିଜର ସ୍ଥାୟିତ୍ୱ ସହ ନିଜ ଆସନ ଜଟଣୀକୁ କବଜାରେ ରଖିବା ପାଇଁ ନା ନା କଥା କହିବା ସହ ବାରମ୍ବାର ମତ ପରିବର୍ତ୍ତନ କରିଚାଲିଲେ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପାଇଁ ଟିକେଟ କରାଇବା ପାଇଁ ଚଳାଇଲେ ଗୋଟିଚାଳନା । ହେଲେ ହେଲାନି ସଫଳ । ସମସ୍ତଙ୍କ ଆଖିରେ ଆଗରେ ଜଟଣୀ ଟିକେଟ ନେଇ ଚାଲିଗଲେ ସନ୍ତୋଷ ଜେନା । ତାଙ୍କୁ ନେଇ ଅନେକ ବାଦ ବିବାଦ ପରେ କେବେ ଆସିଲେ କେବେ ମିଶିଲେ କେହି ବୁଝିବା ଆଗରୁ ଦଳ ନାମକୁ କଲା ଘୋଷଣା । ସେ ଚିନ୍ତାରୁ ସୁରେଶ ବାହାରି ନଥିବା ବେଳେ ଏଆଇସିସି ନେଇଗଲା କାର୍ଯ୍ୟାନୁଷ୍ଠାନ । ୬ବର୍ଷ ପାଇଁ ଦଳ ଦେଖାଇଦେଲା ବାହାର ରାସ୍ତା । ଦଳ ବିରୋଧି ଓ ବିଶୃଙ୍ଖଳା କାର୍ଯ୍ୟ ପାଇଁ ହାତ ଦଳ କଲା ବହିସ୍କାର । ଏବେ ହୁଏତ ଆଉ ରାସ୍ତାରେ ନାହିଁ କଣ୍ଟା ପୁଅ ପାଇଁ ଧରି ପାରନ୍ତି ପ୍ରଚାରର ମଙ୍ଗ ।

ମଇଦାନକୁ ଓହ୍ଲାଇ କରି ପାରନ୍ତି ଭୋଟ ଭିକ୍ଷା । ଏତେ ପରେ ବି ଯଦି ପୁଅ ମନ୍ମଥ ପରାଜୟ ବରଣ କରନ୍ତି ତେବେ ହୋଇପାରେ ରାଉତରାୟ ପରିବାରର ରାଜନୀତିକ ଦି ଏଣ୍ଡ ! ଆଗକୁ ସମୟ ଓ ଭୋଟ ଫଳାଫଳ ହିଁ କହିବ ସୁରଙ୍କ ଭାଗ୍ୟ ଭବିଷ୍ୟତ କ’ଣ ହେବ । ନା ଭୂପିନ୍ଦର ସିଂଙ୍କ ଦଶା ଭୋଗିବେ ସୁରେଶ ରାଉତରାୟ । ଦିନେ ବିରୋଧି ଦଳ ନେତା ଓ କଂଗ୍ରେସକୁ ବାଏ ବାଏ କରି ବିଜେଡିକୁ ଚାଲି ଯାଇଥିଲେ ଭୂପିନ୍ଦର । ସବୁ ଠିକ ଠାକ ଚାଲୁଥିଲା ଟିକେଟ ବି ପାଇ ଆସୁଥିଲେ ଦଳକୁ ବିଜେତା ବି କରୁଥିଲେ କିନ୍ତୁ ହଟାତ ପକ୍ଷ ଛେଦନ କରିଦେଲେ ନବୀନ । ୨୪ ନିର୍ବାଚନରୁ ଦେଲେ ଦୁରେଇ । ଏବେ ଆଉ କେଉଁ କୂଳର ହେବେ ଜାଣି ପାରୁନାହାନ୍ତି ଭୂପିନ୍ଦର । ସମାନ ରାସ୍ତାରେ କି ଏବେ ସୁରେଶଙ୍କ ଭାଗ୍ୟ !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା