Masthead

ବଡ଼ ବ୍ରେକିଂ: କୋଟିଆରେ ବନ୍ଦ ହେଲା ଆନ୍ଧ୍ର ଭୋଟ୍

କୋଟିଆ (ବଡ଼ ଖବର ବ୍ୟୁରୋ): ପର ଘରେ ପଶୁଥିଲେ । ନିଜ କୋର୍ଟ ଅଟକାଇ ଦେଲେ । କୋଟିଆରେ ଆନ୍ଧ୍ରକୁ ଲାଗିଛି ଜବରଦସ୍ତ ଝଟକା । ଆନ୍ଧ୍ର ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ଏପ୍ରିଲ ୮ରେ ଆନ୍ଧ୍ରରେ ହେବାକୁ ଥିବା ସମିତିସଭ୍ୟ ଓ ଜିଲ୍ଲାପରିଷଦ ଭୋଟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆନ୍ଧ୍ର ସରକାରଙ୍କ ନିର୍ବାଚନକୁ ହାଇକୋର୍ଟରେ ହୋଇଥିଲା ଚ୍ୟାଲେଞ୍ଜ । ନିର୍ବାଚନରେ ଅନ୍ୟରାଜ୍ୟରେ ପଶି ନିର୍ବାଚନ କରାଇବାକୁ ଯୋଜନା କରୁଥିବା ଆନ୍ଧ୍ର ନିଜ ଘର ସଜାଡି ପାରୁନି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆନ୍ଧ୍ରରେ ନିର୍ବାଚନ ଅନ୍ୟାଦେଶ ଯାଏଁ ସ୍ଥଗିତ ହୋଇଛି । ତେବେ ଯେବେ ବି କୋଟିଆରେ ନିର୍ବାଚନ ଆନ୍ଧ୍ର କରିବ ଉଚିତ୍ ଜବାବ ଦେବ ଓଡ଼ିଶା । କୋଟିଆ ପ୍ରସଙ୍ଗର ବଡ଼ ଖବର ଗତକାଲି ଆହ୍ୱାନ ଦେଇଥିଲା । ସବୁ ଉଠିଲେ । ଉଠିଲେ, ସବୁ ଏକାଠି ହେଲେ । କୋଟିଆରେ ଆନ୍ଧ୍ରର ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ ଦେବ ଓଡ଼ିଶା । ସବୁ ରାଜନୈତିକ ଦଳ ମିଶି ଆନ୍ଧ୍ରକୁ କରିବେ ତଡିପାର । ବଡ଼ ଖବର ସୋମବାର ଦିନସାରା ରାଜ୍ୟ ସରକାରଙ୍କୁ ସତର୍କ କରାଇଥିଲା । ନିର୍ବାଚନ ବନ୍ଦ କରିବା ପାଇଁ ସଂଧ୍ୟାରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାଖଲ କରିଥିଲେ ଇଞ୍ଜେକସନ୍ ସୁଟ୍ । ଫେବୃୟାରୀରେ ଯାଇଥିବା ସମ୍ମାନ ଏଥର ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପାଇଁ ଗତଥର ନିରବ ଥିବା ପଟାଙ୍ଗି ବିଧାୟକ ପୀତମ ପାଢୀ ଅଣ୍ଟା ଭିଡିଛନ୍ତି । ତାଙ୍କ ସହ ହାତ ମିଳାଇଛନ୍ତି କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ।

କାହାଠାରୁ ବଳ ପାଇ ଓଡ଼ିଶାରେ ଆନ୍ଧ୍ର ଚଳାଇଛି ଦାଦାଗିରି । ନହେଲେ ଆନ୍ଧ୍ର ଏଭଳି ଦୁଃସାହସ କରିନଥାନ୍ତା । ୧୩ ପେବୃୟାରୀରେ ଓଡ଼ିଶା ସରକାର କିଛି କଲେ ନାହିଁ । ଆନ୍ଧ୍ରର ସାହସ ବଢିଯାଇଛି । ଗ୍ରାଉଣ୍ଡ ଜିରୋରେ ଉଚିତ୍ ପଦକ୍ଷେପ ନେବା ଜରୁରୀ ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଂଗଠନର ସମ୍ପାଦକ ଗଦାଧର ପରିଡା କହିଛନ୍ତି । ତେଣେ ସୀମାପାର ହୋଇ ଓଡ଼ିଶାରେ ପଶିଲେ ଆନ୍ଧ୍ର ଅଫିସରଙ୍କୁ ବାନ୍ଧ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରସ୍ତାବ ହେଇଛନ୍ତି । ସେପଟେ କୋଟିଆ ଯିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଗଲେ ନାହିଁ । ସେଠାକାର ଲୋକଙ୍କ ଭରସା ଜିତିପାରିଲେ ନାହିଁ । କିନ୍ତୁ କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ କଟକ ଗଲେ । ବର୍ତ୍ତମାନ ସମୟ ଆସିଛି ମୁଖ୍ୟମନ୍ତ୍ରୀ କୋଟିଆ ଯାନ୍ତୁ । ଲୋକଙ୍କ ଭରସା ଜିତନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ