Masthead

ରାସ୍ତା ବଢାଉଛି ଚିନ୍ତା

ପୁଇଁନ୍ତଳା(ବଡ଼ ଖବର ବ୍ୟୁରୋ):୨୦୧୯ ଅଗଷ୍ଟ ୧୩ର ପ୍ରବଳ ବର୍ଷାରେ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଅଧିକାଂଶ ଗ୍ରାମ ହୋଇଥିଲା ଜଳବନ୍ଦୀ । ଅନେକ ରାସ୍ତା ଓ ବ୍ରିଜ୍ ଧୋଇ ଯାଇଥିଲା। ସେହି ସମୟରେ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଖାଲିଆପାଲି ବ୍ରିଜ୍ ଧୋଇହୋଇ ଯାତାୟତ ଠପ୍ ହୋଇଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ଚଳିତ ବର୍ଷ ବର୍ଷାଋତୁ ଶେଷ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଉକ୍ତ ବ୍ରିଜକୁ ମରାମତି କରାଯାଇ ନାହିଁ। ଖାଲିଆପାଲି ଗ୍ରାମର କିଛି ଯୁବକ ଉକ୍ତ ରାସ୍ତାରେ କ୍ରସରଗୁଣ୍ଡ ସହିତ ବାଲିବସ୍ତା ପକାଇ ଯାତାୟତ କରୁଛନ୍ତି।

ପୁଇଁନ୍ତଳା ବ୍ଲକ ୭ଟି ପଞ୍ଚାୟତର ଜନସାଧାରଣ ସୁବର୍ଣ୍ଣପୁର ଜିଲ୍ଲାର ତରଭା ସହର ଉପରେ ସମ୍ପୂର୍ଣ ନିର୍ଭରଶୀଳ । ରାସ୍ତା ନିର୍ମାଣ ପାଇଁ ଲୋକମାନେ ବାରମ୍ବାର ଦାବି କରିଆସୁଛନ୍ତି । ଆଗକୁ ଅସରାଏ ବର୍ଷାରେ ରାସ୍ତା ଧୋଇଯିବ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି। ଏହା ସହିତ ପୁଇଁନ୍ତଳା ବ୍ଲକର ଫଟକରା, ତେଣ୍ଡିପାଳି, ଗଡ଼ରମୁଣ୍ଡା, ଭାଲେର, କୁର୍ଲୁପାଲି ସମେତ ବନ୍ୟା ସମୟରେ ଅନେକ ରାସ୍ତା ଧୋଇ ଯାଇଥିଲା। ବନ୍ୟା ସମୟରେ ଲୋଇସିଂହା ବିଧାୟକ ଡ଼ . ମୁକେଶ ମହାଳିଙ୍ଗଙ୍କ ସହିତ ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ସମସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ମାତ୍ର ଆଜି ପର୍ୟ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ । ଫଟକରା ଗ୍ରାମକୁ ଦୁଇଗୋଟି ନାଳ ଘେରି ରହିଥିବା ବେଳେ ଏହି ଗ୍ରାମର ବ୍ରିଜ, ମନ୍ଦିର ସମ୍ପୁର୍ଣ୍ଣ ଧୋଇ ଯାଇଥିଲା । ଆଜି ପର୍ୟ୍ୟନ୍ତ ସେମିତି ପଡିରହିଛି। ପ୍ରଶାସନ ସବୁ ଦେଖି ନିରବ ରହୁଥିବାରୁ ସାଧାରଣ ଜନତାଙ୍କ ଚିନ୍ତା ବଢିଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ