Masthead

କିନ୍ନର ଲୁକରେ ନଜର ଆସିବେ ସୁସ୍ମିତା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଟ୍ରାନ୍ସଜେଣ୍ଡର ଶ୍ରୀଗୌରୀ ସାୱନ୍ତଙ୍କ କାହାଣୀ ପ୍ରଦର୍ଶନ କରିବାକୁ ସୁସ୍ମିତା ସେନ ପ୍ରସ୍ତୁତ ଅଛନ୍ତି । ତେବେ ୱେବ ସିରିଜ୍ ‘ତାଲି’ର ଟିଜର ରିଲିଜ ହୋଇଛି। ଏହା ସହ ସିରିଜର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ଆଗକୁ ସୁସ୍ମିତା ତାଙ୍କର ଦମଦାର ପ୍ରୋଜେକ୍ଟ ସହ ଲୋକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି । ଏହି ସିରିଜରେ ଅଭିନେତ୍ରୀ ସୁସ୍ମିତା , ଗୌରୀଙ୍କ ଭୂମିକାରେ ନଜର ଆସିବେ । ସୁସ୍ମିତା ଏହି ଟିଜରଟି ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ । ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ ‘ଦୁର୍ବ୍ୟବହାରରୁ କରତାଳି ପର୍ଯ୍ୟନ୍ତ ଯାତ୍ରାର ଏହି କାହାଣୀ ।’

ଭାରତରେ ତୃତୀୟ ଲିଙ୍ଗ ପାଇଁ ଶ୍ରୀଗୌରୀଙ୍କ ସଂଗ୍ରାମର କାହାଣୀ ଏହି ସିରିଜରେ ଉପସ୍ଥାପନା କରାଯାଇଛି । ଟିଜର ରିଲିଜ କରିବା ସହ ସୁସ୍ମିତା ଏହାର ରିଲିଜ ତାରିଖ ମଧ୍ୟ ଉନ୍ମୋଚନ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସୁସ୍ମିତାଙ୍କ ସିରିଜ୍ ‘ତାଲି’ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ । ଜିଓ ସିନେମାରେ ଏହି ସିରିଜଟି ଷ୍ଟ୍ରିମ୍ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ