Masthead

ପରଲୋକରେ ବଲିଉଡ୍‌ର ହି-ମ୍ୟାନ ଧର୍ମେନ୍ଦ୍ର ଦେଓଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପରଲୋକରେ ବଲିଉଡ୍‌ର ହି-ମ୍ୟାନ ଧର୍ମେନ୍ଦ୍ର ଦେଓଲ । ଗତ କିଛି ଦିନ ତଳେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗୁଜବ ପ୍ରଚାର ହୋଇଥିଲା । କିନ୍ତୁ ଜୀବନ ମରଣ ସହ ଯୁଦ୍ଧ କରି ଶେଷରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ଅଭିନେତା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ଗତ କିଛି ଦିନ ହେବ ପୀଡିତ ଥିଲେ ଧର୍ମେନ୍ଦ୍ର । କିଛି ଦିନ ଧରି ଧର୍ମେନ୍ଦ୍ର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହା ପରେ ତାଙ୍କୁ ଘରକୁ ନିଆଯାଇଥିଲା। ଘରେ ଧର୍ମେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହେବାରୁ ଆମ୍ବୁଲାନ୍ସ ଡକାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

୭ ଦଶକରୁ ଅଧିକ ଲମ୍ବା ସମୟର କ୍ୟାରିୟରରେ ୩୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଧର୍ମେନ୍ଦ୍ର । ଏଥିରୁ ’ଶୋଲେ’, ଚୁପକୋ ଚୁପକେ’ ’ସୀତା ଔର ଗୀତା’ , ’ଧରମ ବୀର’ ପରି କିଛି ସୁଚପରହିଟ୍ ମୁଭି ଏବେବି ସମସ୍ତଙ୍କ ମନକୁ ଛୁଏଁ ।ଏବେ ଅନେକଙ୍କ କଣ୍ଠକୁ ଛୁଏଁ ଏସବୁ ସିନେମାର ଚିର ସବୁଜ ସଙ୍ଗୀତ । ସୋଲେରେ ତାଙ୍କର ଡାଏଲଗ୍ ତ ସବୁଠୁ ବେଶ୍ ହିଟ୍ ହୋଇଥିଲା ।

ଜୀବନର ଶେଷ ଯାଏଁ ଅଭିନୟକୁ ଜାରି ରଖିଥିଲେ ଧର୍ମେନ୍ଦ୍ର ।  ନିକଟରେ  ଫିଲ୍ମ ’ରକି ଔର ରାନୀକି ପ୍ରେମ୍ କାହାନୀ’ ପରେ ପରେ ’ତେରୀ ବାତୋଁ ନେ ମୁଝେ ଉଲଝା ଦିୟା’ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ଆଉ   ତାଙ୍କ ଅଭିନୀତ ଶେଷ ଫିଲ୍ମ ରିଲିଜ୍ ହେବା ଆଗରୁ ହିଁ ଚାଲିଗଲେ ସମସ୍ତଙ୍କ ଫେବରେଟ୍ ହି ମ୍ୟାନ୍ । ଡିମ୍ବେର ୨୫ ତାରିଖରେ ରିଲିଜ୍ ହେବ ସେ ଅଭିନୟ କରିଥିବା ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ’ଇକ୍କିସ୍’ ।

ଆଉ କେଇଟା ଦିନରେ ୯୦ ତମ ଜନ୍ମଦିନ ପାଳିଥାନ୍ତେ । ୧୯୩୫ ଡିସେମ୍ବର ୮ ତାରିଖରେ ବ୍ରିଟିସ୍ ଶାସିତ ଭାରତର ପଞ୍ଜାବ ଲୁୟାନାର ଏକ ପଞ୍ଜାବୀ ଜାଠ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ରକ୍ତରେ ଜାଠର ସାହାସ ତାଙ୍କ ଅଭିନୟରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ବ୍ୟକ୍ତିଗତ ଜୀବନରେ ବି ଜିନ୍ଦାଦିଲ୍ ଥିଲେ ଧର୍ମେନ୍ଦ୍ର। ହେଲେ କିଛି ଦିନ ହେବ ବାର୍ଦ୍ଧକ୍ୟ ସମସ୍ୟାକୁ ନେଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଦୁନିଆର ଚିରନ୍ତନ ସତ୍ୟ କ୍ରମରେ ଆଜି ସେ ସମସ୍ତଙ୍କୁ ଛାଡ଼ି ଅଫରା ରାଇଜକୁ ଚାଲିଯାଇଛନ୍ତି ।  ତାଙ୍କ ଅବର୍ତ୍ତମାନରେ ତାଙ୍କ ସଂଘର୍ଷ ଆଉ ସଫଳତାର କାହାଣୀ ପ୍ରତିଟି କଳାପ୍ରେମୀଙ୍କ ମନକୁ ରୋମନ୍ଥନ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି