Masthead

ଘରୋଇକରଣ ନିଷ୍ପତ୍ତିରୁ ଓହରନ୍ତୁ ସରକାର, ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଘରୋଇ ବୈଷୟିକ ଶିକ୍ଷାକରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା । କହିଛନ୍ତି ରାଜ୍ୟରେ ବୈଷୟିକ ଶିକ୍ଷାକୁ ଘରୋଇକରଣ ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର। ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଦକ୍ଷିଣ ଭାରତର ଠିକାଦାରଙ୍କୁ ପଶିବାକୁ ହେଉଛି ଷଡ଼ଯନ୍ତ୍ର । ।ହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ବିଜେପି। କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱରର ସିଆଇସି, ଆଇଜିଆଇଟି ସାରଙ୍ଗର ପଲିଟେକନିକ ବିଭାଗକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରିଛନ୍ତି ସରକାର ବୋଲି କହିଛନ୍ତି ମୋହନ ।

ଏଥିପାଇଁ ଟେଣ୍ଡର ଆହ୍ବାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି  ଏବେ ବି କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ୨୦୦ କୋଟି ଅନୁଦାନ ଖର୍ଚ୍ଚ ହେବାକୁ ଯାଉଛି। ରାଜ୍ୟ ସରକାର ୧୪୦ କୋଟି ଏବଂ ରାଜ୍ୟ ସରକାର ୬୫ ଡିଏମଫ କୋଟି ଦିଆ ହୋଇଛି। ଏବେ ସେହି ଟଙ୍କାକୁ ଲୁଟ ପାଇଁ କାହା ଚକ୍ରାନ୍ତରେ ରାଜ୍ୟ ସରକାର ଘରୋଇକରଣ ନିଷ୍ପତ୍ତି ନେଲେ।

ସେହିପରି ସାରଙ୍ଗ ଆଇଜିଆଇଟିରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଛି। ହେଲେ ସେଥିରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଗୋଟେ ପଟେ ଘରୋଇ କରଣ କରୁଛନ୍ତି ଅନ୍ୟ ପଟେ କହୁଛନ୍ତି ଫାଇଭ ଟିରେ ଶିକ୍ଷାକୁ ବିଶ୍ବସ୍ତରୀୟ କରୁଛନ୍ତି। ଘରୋଇକରଣରୁ ନିଷ୍ପତ୍ତିରୁ ଓହରନ୍ତୁ ସରକାର। ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର