Masthead

ଫିଲ୍ମ ‘ଅକେଲି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ନୁସରତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ); ଅଭିନେତ୍ରୀ ନୁସରତ ଭାରୁଚା ନିଜର ଦମଦାର ଅଭିନୟ ପାଇଁ ଖୁବ ଜଣାଶୁଣା । ସେ ନିଜର ଦୃଢ ଅଭିନୟ ଆଧାରରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମ ‘ଅକେଲି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ କିଛିଦିନ ପୂର୍ବରୁ ଏହି ଫିଲ୍ମର ସୁଟିଂ ସମାପ୍ତ କରିଛନ୍ତି । ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଫିଲ୍ମ ବିଷୟରେ ଜଣାଇଥିଲେ । ନୁସରତଙ୍କ ପ୍ରଶଂସକମାନେ ତାଙ୍କ ବହୁ ପ୍ରତୀକ୍ଷୀତ ଚଳଚ୍ଚିତ୍ରକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏଥି ସହିତ ଫିଲ୍ମର ନିର୍ମାତାମାନେ ଫିଲ୍ମ ‘ଅକେଲି’ର ଟିଜର ରିଲିଜ କରିଦେଇଛନ୍ତି । ଏହା ସହିତ ସେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଜୁଲାଇ ୨୮ରେ ଏହି ଫିଲ୍ମର ଟିଜରଟି ରିଲିଜ ହୋଇଥିଲା । ରିପୋର୍ଟ ଅନୁସାରେ ଏହି ଫିଲ୍ମଟି ଅଗଷ୍ଟ ୧୮ରେ ରିଲିଜ ହେବାକୁ ଯାଉଛି । ନୁସରତ ନିଜ ଫିଲ୍ମ ପାଇଁ ଅତ୍ୟନ୍ତ ଉତ୍ସାହିତ ଥିବା ବେଳେ ତାଙ୍କ ଫ୍ୟାନ୍ସମାନଙ୍କୁ ତାଙ୍କ ସହ ଯୋଡି ହୋଇ ରହିବାକୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି