Masthead

ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟା, ଜଣେ ମୃତ

ବାରିପଦା (ବଡ଼ ଖବର ବ୍ୟୁରୋ): ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟା । ଜଣେ ମୃତ ଦୁଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମୋରଡା ଥାନା ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ । ମୃତକ ହେଲେ ଗୌରୀ ଟୁଡ଼ୁ । କାଳିଆନାଳ ଗ୍ରାମର ଭାଦ ଟୁଡ଼ୁଙ୍କ ପୁଅ ଦୁର୍ଗା ଚରଣ ଟୁଡୁ ଗୁଣିଗାରେଡି ସନ୍ଦେହକୁ ନେଇ ଆକ୍ରମଣ କରିଛନ୍ତି । ଉକ୍ତ ଗ୍ରାମର କାଳିଚରଣ ଟୁଡୁ ,ତାଙ୍କ ସ୍ତ୍ରୀ କୁନି ଏବଂ ସୁନ୍ଦର ଟୁଡୁଙ୍କ ସ୍ତ୍ରୀ ଗୌରୀ ଟୁଡୁ ଘରେ ବସିଥିବା ସମୟରେ ଅଭିଯୁକ୍ତ ଦୁର୍ଗା ହଠାତ ଅତର୍କିତ ଭାବେ ଏକ ଫାର୍ସାରେ ତିନିଜଣଙ୍କ ମୁଣ୍ଡକୁ ଆଘାତ କରିଥିଲେ ।

ଯାହା ଫଳରେ ତିନି ଜଣଙ୍କ ମୁଣ୍ତ ଫାଟିବା ସହିତ ରକ୍ତସ୍ରାବ ହୋଇଥିଲା । ପରିବାର ଲୋକେ ଗୁରୁତର ତିନି ଜଣଙ୍କୁ ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥଲେ । ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ହସ୍ପିଟାଲକୁ ଆଣିଥିଲେ । ସେଠାରେ ଗୌରୀ ଟୁଡୁ ଙ୍କ ମୃତ୍ୟୁ ଘଟିଥôଲା । ଖବର ପାଇ ମୋରଡା ଥାନା ଅଧôକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିପଚରାଉଚରା କରିବା ସହିତ ଅଧôକ ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ