Masthead

ମିଳୁନି ମଜୁରୀ,ତାତିଲେଣି ଶ୍ରମିକ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ) : ନୂଆପଡ଼ାରେ ମୁଣ୍ଡ ଟେକିବାରେ ଲାଗିଛି ଶ୍ରମିକ ଆନ୍ଦୋଳନ । ବିଭିନ୍ନ ସମୟରେ ଦାଦନକୁ ନେଇ ଚର୍ଚ୍ଚାରେ ଥିବା ନୁଆପଡ଼ା ଜିଲ୍ଲାରେ ଏବେ ଶ୍ରମିକ ଅଶାନ୍ତି ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଜିଲ୍ଲାରେ ଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମ ଅଧିକାରୀ ପୋଷ୍ଟ ଦୀର୍ଘ ଦିନ ହେବ ଖାଲି ପଡ଼ିଛି । ଖାଲି ସେତିକି ନୁହେଁ ଜିଲ୍ଲାରେ ମନରେଗା କାମରେ ନିୟୋଜିିତ ଶ୍ରମିକଙ୍କ ପାଉଣା ଠିକ ଭାବରେ ମିଳୁନାହିଁ । ଏନେଇ ଶ୍ରମିକ ମାନେ ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି । ହଜାର ହଜାର ଶ୍ରମିକ ଏକାଠି ହୋଇ ମିନିଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଁଚିଥିଲେ । ତୁରନ୍ତ ଶ୍ରମିକ ମାନଙ୍କ ସମସ୍ୟାର ସମାଧନ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ । ତୁରନ୍ତ ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଅନ୍ଦୋଳନ ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ