Masthead

ଆପଣ ଜାଣନ୍ତି କିଏ ଦୁର୍ନୀତିଗ୍ରସ୍ତ, ଯହି ହିମତ ଅଛି ତାହାଲେ ଧରିକି ଦେଖାନ୍ତୁ : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବଢିଲା ଅଡୁଆ । ମନିଷଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ କରିଛି ଆପ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବିଜେପି ଓ କେନ୍ଦ୍ର ସରକାର ମିଶି ମନିଷ ସିସୋସିଆଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି । ମିଥ୍ୟା ଖବର ପ୍ରଚାର କରି ସିସୋଦିଆଙ୍କୁ ବଦନାମ କରୁଛନ୍ତି । ସେ ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଯେତେବେଳ ମନିଷଙ୍କ ବିରୋଧରେ କିଛି ପାଇଲେ ନାହିଁ ତାଙ୍କୁ ଇଡ଼ି ମାଧ୍ୟମରେ ବଦନାମ କରିବା ପାଇଁ ଆରମ୍ଭ କରିଛନ୍ତି ।

ଇଡି ମିଥ୍ୟା ଖବର ପ୍ରଚାର କରିଛି ମନିଷଙ୍କ ୫୨ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି ହୋଇଛି । ପ୍ରକୃତରେ ଇଡ଼ି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରିଛି ୨୦୧୮ରେ ଯେତେବେଳେ ଦିଲ୍ଲୀର ଏକ୍ସାଇଜ୍ ପଲିସି ମଧ୍ୟ ତିଆରି ହୋଇନଥିଲା। ସେ ଆହୁରି ମଧ୍ୟ କହିଛି ଲୋକମାନେ ଭାବି ନଥିବେ ଯେ ଏପରି ଏକ ଦିନ ଆସିବ ଯେତେବେଳେ ଭାରତ ପରି ଏକ ମହାନ ଦେଶର ପ୍ରଧାନମନ୍ତ୍ରୀ ଖୋଲାଖୋଲି ମିଛ କହି ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବାକୁ ଚେଷ୍ଟା କରିବେ। ଆପଣ ଜାଣଛନ୍ତି କିଏ ଦୁର୍ନୀତିଗ୍ରସ୍ତ, ଯହି ହିମତ ଅଛି ତାହାଲେ ଧରିକି ଦେଖାନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ