Before Header

ଡଲାରରେ ଭକ୍ତଙ୍କ ଠାରୁ ନିଆଯାଉଛି ଦକ୍ଷିଣା

0 27

ପୁରୀ (ବଡ଼ ଖବର ବ୍ୟୁରୋ): ମହାପ୍ରଭୁଙ୍କ ନାଁ ରେ ପୁଣି ଅନଲାଇନ ଠକେଇ । ବିଦେଶ ଯାଏଁ ଲମ୍ବିଛି ଠକେଇର ଚେର । ଡଲାରରେ ଭକ୍ତଙ୍କ ଠାରୁ ନିଆଯାଉଛି ଦକ୍ଷିଣା । ଶ୍ରୀଜଗନ୍ନାଥ ମନ୍ଦିରରେ ସିଦ୍ଧପୂଜା, ଶାଳଗ୍ରାମ ପୂଜା ଭଳି କେତେକ ପୂଜା କରାଇଦେବା ପାଇଁ ଶାଳଗ୍ରାମ ଶିଳା ନାମକ ଏକ ୱେବ ସାଇଡ଼ରେ ମହାପ୍ରଭୁଙ୍କ ନାଁ ରେ ଚାଲିଛି ଅନଲାଇନ ଠକେଇ । ଶ୍ରୀମନ୍ଦିରରେ ବ୍ରହ୍ମଣ ଭୋଜନ କରାଇବା ନାଁରେ ଟଙ୍କା ଆଦାୟ ସହ ଡିସ୍କାଉଣ୍ଟ ମଧ୍ୟ ଦିଆଯାଉଛି । ତେବେ ଏହିଭଳି ଠକେଇ ଘଟଣାର ପର୍ଦ୍ଦାଫାସ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ କ୍ରମେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.