Masthead

ପାଣିକୁ ନେଇ କଲେଜ ପରିସରରେ ତୁମୁଳକାଣ୍ଡ

ବସ୍ତା(ବଡ଼ ଖବର ବ୍ୟୁରୋ): ପାଣି ମଟର ଚଲେଇବାକୁ କେନ୍ଦ୍ର କରି କଲେଜ ପରିସରରେ ଅଧ୍ୟକ୍ଷ ଏବଂ କର୍ମଚାରୀଙ୍କ ମାରପିଟ, ଭିଡିଓ ହେଲା ଭାଇରାଲ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦା ରୋଡ଼ ସ୍ଥିତ ସିଦ୍ଧେଶ୍ୱର କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମାଡ଼ରେ ଜଣେ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଆଜି ସକାଳେ କଲେଜ ପାଣି ଟାଙ୍କିରେ ପାଣି ଭର୍ତ୍ତି କରିବା ପାଇଁ କଲେଜର ଭାରପ୍ରାପ୍ତ ଅଧକ୍ଷ ଦିପ୍ତି ଭୂଷଣ କାନୁନଗୋ ଏବଂ ଇଲେକ୍କ୍ରିସିଆନ କୃଷ୍ଣ ପ୍ରସାଦ ସୁରଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ରରୂପ ଧାରଣ କରିଥିଲା । ଉଭୟଙ୍କ ମଧ୍ୟରେ ଗଣ୍ତଗୋଳ ହେବା ସହ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମାଡରେ ଇଲେକ୍ଟ୍ରିସିଆନକୃଷ୍ଣ ଆହତ ହୋଇଥିବା ଅଭିଯୋଗ କରିଛନ୍ତି ।

ତେବେ ଏହି ମାରପିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯଦି ତଳ ଶ୍ରେଣୀର କର୍ମଚାରୀ କୌଣସି ଭୁଲ୍ କଲା ତା ଉପରେ କଲେଜ ପକ୍ଷରୁ ଶୃଙ୍ଖଳାଗତ କାର‌୍ୟ୍ୟନୁଷ୍ଠାନ ନେବାର ନିୟମ ରହିଛି । ମାତ୍ର ତାହା ନକରି ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ପିଲା ମାନଙ୍କ ସମ୍ମୁଖରେ ଭାରପ୍ରାପ୍ତ ଅଧକ୍ଷ ଏବଂ କର୍ମଚାରୀଙ୍କ ଭିତରେ ଏଭଳି ପରିସ୍ଥିତି ଉପୁଜେ ତାହାଲେ ଶିକ୍ଷା ଲାଭ କରିବାକୁ ଆସିଥିବା ଶିକ୍ଷାର୍ଥୀମାନେ କି ଶିକ୍ଷାଲାଭ କରିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ