Masthead

ଟାଟା ପାୱାରର ଉପଦ୍ରବ, ଜିଲ୍ଲାପାଳଙ୍କ ଠାରେ ଗୁହାରୀ କଲେ ଚାଷୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ):  ମାଲକାନଗିରି ଜିଲ୍ଲା ଏମଭି ୪୧ ଗାଁ ର ଚାଷୀ ଦିପକ ଦେ । ବକେୟା ବିଜୁଳି ବିଲ ଦେଖେଇ ଘରୁ ତାଙ୍କର କନେକ୍ସନ କଟିଦେଲେ ଟାଟା ପାୱାର କର୍ମଚାରୀ । ଶହେ ବର୍ଷିୟ ବୁଢ଼ୀ ମା’ କୁ ଟ୍ରଲି ରିକ୍ସାରେ ବୋହି କୋଡିଏ କିଲୋମିଟର ଜିଲ୍ଲା ମୁଖ୍ୟାଳୟ ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏ ନିଆରା ପ୍ରତିବାଦରୁ ଜଣା ପଡୁଛି କମ୍ପାନୀର ମନମାନୀ । ଏଭଳି ବିଦାରକ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ। ଗତ ସପ୍ତାହ ତଳେ ମାଲକାନଗିରି ଏମଭି ୪୧ ଗାଁର ଦିପକ ଦେଙ୍କ ବିଦ୍ୟୁତ କାଟି ଦେଇ ଥିଲେ ଟାଟା କକମ୍ପାନୀର କର୍ମଚାରୀ।

ଘରେ ସଜ୍ୟାସାୟୀ ମାଆ ଥାଇ ମଧ୍ୟ ବିଦ୍ୟୁତ ବିଭାଗ ଲାଇନ କାଟିଥିବାରୁ ତାଙ୍କର ଜୀବନ ପ୍ରତି ବିପଦ ଦର୍ଶାଇ ଆଜି ଚାଷୀ ଜଣକ ନିଜ ମାଆଙ୍କୁ ଏକ ପଟ୍ଟା ରିକ୍ସା ଯୋଗେ ନେଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ ବାହାରିଛନ୍ତି । ଏମ୍.ଭି ୪୧ ଗ୍ରାମରୁ ଶଯ୍ୟାଶାୟୀ ମାଆଙ୍କୁ ନେଇ ଯାଉଥିବା ବେଳେ ରାସ୍ତା ରେ ଯାଉଥିବା ବ୍ୟକ୍ତି ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ  ଓଡ଼ିଶାର ସାଧାରଣ ଲୋକ ଅଧିକ ଦାମ ଦେବା ସହିତ ପ୍ରାଇଭେଟ କମ୍ପାନୀଙ୍କ ଉପଦ୍ରବ ରେ ଅତିଷ୍ଠ ସାଧାରଣ ଜନତା ।

ସରକାରଙ୍କ ନିଘା ନାହିଁ ଏଥିପ୍ରତି । ଆନ୍ଦୋଳନ କି ପ୍ରତିବାଦ ହେଲେ କର୍ମଚାରୀ ଗଣମାଧ୍ୟମ କୁ ଭୁଆଁ ବୁଲେଇବା ପରି ମତ ଦେଇ ପୁଣି ଯଉଁ ଅବସ୍ଥାକୁ ସେଇ ଅବସ୍ଥାରେ ପହଞ୍ଚି ଯାଉଛନ୍ତି । ଏଭଳି ସ୍ଥିତି ପ୍ରତି ରାଜ୍ୟ ସରକାର ଶୀଘ୍ର ସଜାଗ ନହେଲେ ଜନତା ସରକାରଙ୍କୁ ଉଚିତ ଜବାବ ଦେବେ । ଅସନ୍ତୋଷ ବିଜୁଳି ବିଭାଗ ଓ ଟାଟା ପାୱାରକୁ ନେଇ ବଢି ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ଠିକ ବ୍ୟବସ୍ଥା କରିବା ଜରୁରୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ