ଇଦ୍ ଉଲ ଫିତର, ଚଳଚଞ୍ଚଳ ହୋଇଛି ସବୁ ମସଜିଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇଦ୍ ଉଲ ଫିତର । ସବୁ ମୁସଲମାନ ଭାଇ ଭଉଣୀଙ୍କ ବଡ଼ ପର୍ବ ଇଦ । ଇଦ ପାଇଁ ଚଳଚଞ୍ଚଳ ହୋଇଛି ସବୁ ମସଜିଦ ଓ ଇଦଗା ମୈଦାନ । ମସଜିଦରେ ସ୍ୱତନ୍ତ୍ର ନମାଜ ପାଠ । ଭାଇଚାରାର ସହର କଟକରେ ସକାଳୁ ସକାଳୁ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ଼ ଦେଖିବାକୁ ମିଳିଛି । ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ସଭିଁଏ । ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥ ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା।

ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସସାରା ମୁସଲମାନମାନେ ଉପବାସ କରିଥାନ୍ତି। ଇସଲାମୀ ସାଲରେ ଥିବା ୨ଟି ଇଦ ଭିତରୁ ଏହା ଗୋଟିଏ। ଅନ୍ୟଟି ହେଲା ‘ଇଦ ଉଲ-ଅଜହା’। ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!