Masthead

ଟାଟାର ଦାଦାଗିରି ଓ ମନମାନି ବିରୋଧରେ ଆନ୍ଦୋଳନ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଟାଟା ବିରୋଧରେ ଗଣ ଆନ୍ଦୋଳନ ଡାକିଲେ ଶ୍ରମିକ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ । ଟାଟାର ମନମାନି ଓ ଦାଦାଗିରି ବିରୋଦଧରେ ସୁକିନ୍ଦା ଅଂଚଳ ରେ ଦିନ କୁ ଦିନ ଜନ ଅସନ୍ତୋଷ ବୃଦ୍ଧି ହେଉଥିବା ବେଳେ ଏବେ ଖୋଦ୍ ଶାସକ ବିଜୁ ଜନତା ଦଳ ଟାଟା ବିରୋଧୀ ନାରା ଦେଇ ଗଣ ଆନ୍ଦୋଳନ ଡାକରା ଦେଇଛି । ପୂର୍ବତନ ମନ୍ତ୍ରୀ ତଥା ଶ୍ରମିକ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ବିଜେଡି ବିଧାୟକ ପ୍ରୀତିରଂଜନ ଘଡାଇଙ୍କ ଆହ୍ବାନ କ୍ରମେ ଆଜି ଠାରୁ ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଂଚଳରେ ଥିବା ଟାଟା (ଟିଏସଏମେଲ) ଫାଟକ ସମ୍ମୁଖରେ ଗଣ ଆନ୍ଦୋଳନ ଡାକରା ଦେଇଛି ସଂଘ ।

ତେବେ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆ ଯାଇଥିବା ଜଣାପଡିଛି । ଯଦି ପ୍ରଶାସନ ସେମାନଙ୍କ ଦାବି ନ ମାନେ ତେବେ ଏହି ଗଣ ଆନ୍ଦୋଳନ ଅନଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବା ସହ ଖଣି ଅଂଚଳରୁ ମାଲ ପରିବହନକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯିବା ନେଇ ସଂଘ ଚେତାବନୀ ଦେଇଛି ।

ସେପଟେ ନିର୍ବାଚନ ପୂର୍ବରୁ ଶାସକ ବିଜେଡି କିଭଳି ବେକାରି ଓ ସ୍ଥାନୀୟ ବିକାଶ କଥା ମନେ ପକେଇଲା ତାକୁ ନେଇ ବିରୋଧି ପ୍ରଶ୍ନ ଉଠାଇଥିବା ବେଳେ ବିଜେପି କହିଛି ପଂଚାୟତ ନିର୍ବାଚନ ପାର କରିବାକୁ ଶାସକ ଦଳ ସବୁବେଳେ ଏହି ଗୋଟିଏ ଚାଲ କରି ଆସିଛି । ନିର୍ବାଚନ ଆସିଲେ ଭିବିନ୍ନ ଖଣିରେ ଅନ୍ଦୋଳନ କରି ସ୍ଥାନୀୟ ଯୁବକମାନଙ୍କ ପାଖରୁ ଲେଖା ନେଈ ଚାକିରି ଦେବାକୁ କହିବାକୁ ଏହା ଏକ ମାଧ୍ୟମ ବନେଇଥିବା ଅଭିଯୋଗ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ