Masthead

ସଙ୍ଗୀତ ଜଗତର କିମ୍ବଦନ୍ତୀ ଅକ୍ଷୟ, କିନ୍ତୁ ମିଳିନି ପଦ୍ମ ସମ୍ମାନ

ବଡ଼ ଖବର ବ୍ୟୁରୋ: ଓଡିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ହୋଇ ରହିଛନ୍ତି ଅକ୍ଷୟ ମହାନ୍ତି । ଓଡିଆ ସଙ୍ଗୀତରେ ରହିଛି ତାଙ୍କର ଅପୂର୍ବ ଅବଦାନ । ୫୦ ଦଶକରୁ ସେ ସଙ୍ଗୀତ ଦୁନିଆରେ ପାଦ ଥାପି ଗାଇଛନ୍ତି ଅନେକ ସୁପରହିଟ୍ ଗୀତ । କେବଳ ଗୀତ ନୁହେଁ ଜଣେ ଗୀତିକାର, ସଙ୍ଗୀତକାର ତଥା ଓଡିଆରେ ଜଣେ ଭଲ ଲେଖକ ଭାବେ ପରିଚିତ ଥିଲେ ଅକ୍ଷୟ ମହାନ୍ତି । ୧୨୯ଟି ଚଳଚିତ୍ରରେ ଗୀତ ଗାଇବା ସହ ପ୍ରାୟ ୭୫ଟି ଫିଲ୍ମରେ ସେ ସଙ୍ଗୀତ ରଚନା କରିଛନ୍ତି । ତେବେ ଓଡିଶାର ଜନଜୀବନକୁ ଯଦି କିଏ ବେଶି ପ୍ରଭାବିତ କରିଛି ସିଏ ହେଉଛନ୍ତି ଅକ୍ଷୟ ମହାନ୍ତି । ତାଙ୍କ ପରି ସଙ୍ଗୀତଜ୍ଞ କେବେ ଆସିଛନ୍ତି ନା ଆସିବେ । କିନ୍ତୁ ସବୁଠାରୁ ଦୁଃଖର ବିଷୟ ଯେ ସଙ୍ଗୀତର ସବୁଠାରୁ ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଉଚିତ୍ ସମ୍ମାନ ମିଳିନାହିଁ । ଆଜି ପର୍ଯ୍ୟନ୍ତ ତାଙ୍କୁ ପଦ୍ମ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇ ନାହିଁ । ନା ବଞ୍ଚିଥିବା ବେଳେ ତାଙ୍କୁ ଏପରି କିଛି ସମ୍ମାନ ମିଳିଛି ନା ତାଙ୍କ ମୃତ୍ୟୁ ପରେ । ପଦ୍ମ ସମ୍ମାନ ଏଯାଏଁ ସୁରସମ୍ରାଟଙ୍କୁ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରେ । ଅକ୍ଷୟଙ୍କଠାରୁ କମ୍ ପ୍ରତିଷ୍ଠିତ ଦେଶର ଅନେକ କଣ୍ଠଶିଳ୍ପୀ ପଦ୍ମ ସମ୍ମାନ ପାଇଥିଲେ ବି, ଅକ୍ଷୟ ଏଥିରୁ ବଞ୍ଚିତ ହେବା ନିଶ୍ଚୟ ଦୁର୍ଭାଗ୍ୟଜନକ । ପୁରସ୍କାର ପାଇଁ କେବେ ବି ଲବି କରନ୍ତି ନାହିଁ ଅକ୍ଷୟ । ସେ ସିନା ପୁରସ୍କାର ଜିତିପାରିନାହାନ୍ତି, କିନ୍ତୁ ଦର୍ଶକଙ୍କ ହୃଦୟକୁ ଯେମିତି ଜିଣିଛନ୍ତି, ସେ ଭଳି ସଫଳତା ନା କେହି ପାଇଛି, ନା କେହି ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ