ସାମ୍ନାକୁ ଆସିଲା ସମୀର ୱାଙ୍ଖଡେଙ୍କ ଅସଲି ନାଁ

(ବଡ଼ ଖବର ବ୍ୟୁରୋ) :  ସାମ୍ନାକୁ ଆସିଲା ସମୀର ୱାଙ୍ଖଡେଙ୍କ ଅସଲି ନାଁ । ସମୀରଙ୍କ ପ୍ରକୃତ ନାଁ ହେଉଛି ‘ସମୀର ଦାଉଦ ୱାଙ୍ଖଡେ’ । ନିଜ ନାଁ ବଦଳେଇ ଦେଇଛନ୍ତି ଏହି ଏନସିବି ଅଧିକାରୀ । ଜାଲ ପ୍ରମାଣପତ୍ର ତିଆରି କରି ପାଇଛନ୍ତି ସରକରୀ ଚାକିରି । ଏଭଳି ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକ । ସୂଚନା ଅନୁଯାୟୀ, ଆର୍ୟନ ଖାନ ମାମଲାରେ ତଦନ୍ତ କରୁଥିବା ଏନସିବି ନିର୍ଦ୍ଦେଶକ ୱାଙ୍ଖଡେଙ୍କୁ ନେଇ କରିଛନ୍ତି ଖୁଲାସା ।

ତେବେ ଟ୍ୱିଟ କରି ନୱାବ ମଲିକ ଏକ ଜନ୍ମ ପ୍ରମାଣପତ୍ର ସେୟାର କରିଛନ୍ତି । ଏହି ଜନ୍ମପ୍ରମାଣ ପତ୍ରରେ ତାଙ୍କ ବାପାଙ୍କ ନାଁ ଦାଉଦ କେ ୱାଙ୍ଖଡେ ଲେଖା ଅଛି । ତେବେ ଧର୍ମ ସ୍ଥାନରେ ମୁସଲିମ ଲେଖା ହୋଇଥିବା ଦେଖିବାକୁ ମିଳିଛି । ପରେ ପୁଣି ନୱାବ ମଲିକ ଦ୍ୱିତୀୟ ଟ୍ୱିଟରେ ସମୀରଙ୍କ ଜନ୍ମ ପ୍ରମାଣପତ୍ରର ଫଟୋ ସେୟାର କରିଛନ୍ତି । ଏହି କ୍ୟାପସେନରେ ସେ ଲେଖିଛନ୍ତି ସମୀର ଦାଉଦ ୱାଙ୍ଖଡେଙ୍କ ଠକେଇ ଏଠାରୁ ହିଁ ଆରମ୍ଭ ହୋଇଥିଲା ।

ଏହି ଜନ୍ମ ପ୍ରମାଣପତ୍ରରେ ସେ ମୁସଲିମ ବୋଲି ଜଣାପଡିଛି । ସେ ଭୁଲ ଢଙ୍ଗରେ ସଂରକ୍ଷଣ ସୁଯୋଗ ନେଇ ଭାରତୀୟ ରାଜସ୍ୱ ସେବାରେ ଚାକିରି ହାସଲ କରିଥିବା ଦାବି ହେଉଛି । ଆର୍ଥାତ ସଂରକ୍ଷଣ ଉଦ୍ଦେଶ୍ୟରେ ସେ ନିଜ ଧର୍ମକୁ ଲୁଚାଇ ରଖିଥିଲେ ବୋଲି ଅଭିଯୋଗ ହୋଇଛି । ସେପଟେ ଏହି ଟୁଇଟ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ସମୀର ୱାଙ୍ଖଡେଙ୍କ ପ୍ରଥମ ବିବାହର ଫଟୋ ଭାଇରଲ ହେଉଛି । ସମୀରଙ୍କ ପ୍ରଥମ ପତ୍ନୀଙ୍କ ନାଁ ଡକ୍ଟର ଶବାନା କୁରେଶ । କ୍ରାନ୍ତି ରେଡକର ତାଙ୍କର ଦ୍ୱିତୀୟ ପତ୍ନୀ । ପରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମୀର ୱାଙ୍ଖଡେ । ଜବାବରେ କହିଛନ୍ତି, ତାଙ୍କ ବିରୋଧରେ ହୀନ ରାଜନୀତି ଆରମ୍ଭ ହୋଇଛି । ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!