Masthead

‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ଲଳିତକଳା କେନ୍ଦ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ। ଅନୁଷ୍ଠାନର ଉପାଧ୍ୟକ୍ଷା ପାରମିତା ପଣ୍ଡା, ଆଞ୍ଚଳିକ ସଚିବ ତଥା ବରିଷ୍ଠ ଶିଳ୍ପୀ ରାମକୃଷ୍ଣ ଭେଦାଲ ଓ ସମ୍ମାନିତ ଅତିଥି ଦୁର୍ଗା ପ୍ରସାଦ ମହାପାତ୍ର ପାରମ୍ପରିକ ଭାବେ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶାର ଖ୍ୟାତନାମା ଶିଳ୍ପୀମାନଙ୍କର ୫୦ରୁ ଅଧିକ କଳାକୃତି ପ୍ରଦର୍ଶୀତ ହୋଇଛି। ଯାହା ଚିତ୍ର ଓ ଭାସ୍କର୍ଯ୍ୟ କଳାର ଏକ ସମୃଦ୍ଧ ସମାହାରର ପରିବେଶ ସୃଷ୍ଟି କରିଛି। ଉଦ୍ଘାଟନ ଉତ୍ସବରେ ବରିଷ୍ଠ ଶିଳ୍ପୀ ଡ. ମୀନକେତନ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ‘ଆଓ’ର ସଭାପତି ତଥା ଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ବିବେକାନନ୍ଦ ଦାସ, ସୁଶ୍ରୀ ଅଳକା ମିଶ୍ର ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସର୍ବଶ୍ରୀ ଅମରେନ୍ଦ୍ର ମହାରଣା, ଚନ୍ଦନ କୁମାର ସାମଲ, ଦୀପକ ବିଶ୍ୱାଳ, କେଶବ ଚନ୍ଦ୍ର ନାଥ, ପ୍ରିତମ ପ୍ରିୟଲୋଚନ, ରଞ୍ଜନ କୁମାର ମଲ୍ଲିକ, ସଂଗୀତା ପଟ୍ଟନାୟକ, ସଂଜୟ ପଟ୍ଟନାୟକ ଓ ଶୁଭଙ୍କର ତରଫଦାର ପ୍ରମୁଖ ଶିଳ୍ପୀମାନଙ୍କର କଳାକୃତି ପ୍ରଦର୍ଶୀତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ