Masthead

ପ୍ରତିଶ୍ରୁତି ପାଳନ କରିବାରେ ସରକାର ବିଫଳ ପ୍ରତିବାଦରେ ଜୋରଦାର ଆନ୍ଦୋଳନ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଆନ୍ଦୋଳନକୁ ଓହ୍ଲାଇଲେ ୧୮ ହଜାର ଶିକ୍ଷକ । ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ । ଚାକିରି ନିୟମିତ ଦାବି ନେଇ ଉତ୍କଳ ଦିବସ ଠାରୁ ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ । ଦୁଇଦିନ ଧାରଣାରେ ବସିବା ପରେ ସରକାର ନ ଶୁଣିବାରୁ ବାଧ୍ୟ ହୋଇ ଦଶ ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନଭେମ୍ବର ୨୫ ରେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନରେ ଭିଡିଓ ବାର୍ତ୍ତାରେ ଓଡ଼ିଶା ମାଟିରୁ ସମ୍ପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କଲେ ବୋଲି ଘୋଷଣା କରିଥିଲେ ।

ପରେ ସେପ୍ଟେମ୍ବର ୧୬ରେ ଏକ ନୋଟିଫିକେସନ ବାହାର କରି ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନକ୍ରିମେଣ୍ଟ ଦେବା ପାଇଁ ଚିଠିରେ ପ୍ରକାଶ କଲେ । ତେବେ ଏହି କଥାଟି ପ୍ରଥମେ ଶିକ୍ଷକଙ୍କ ମନରେ ଖୁସି ଖେଳାଇଦେଇଥିଲା । ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ନିୟମଟିକୁ କାର୍ୟ୍ୟକାରୀ କରି ନଥିଲେ । ଶିକ୍ଷକମାନେ ଗଣଶିକ୍ଷା ବିଭାଗର ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଉଚ୍ଚସ୍ତରୀୟ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଥିଲେ ।

ତେବେ ଦୁଇ ମାସରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା । ପରେ ଡ଼ିସେମ୍ବର ୭ରେ ସଂଘ ଆନ୍ଦୋଳନ କରିଥିଲା । ଏହି ଆନ୍ଦୋଳନ ପରେ ଗଣଶିକ୍ଷା ସଚିବ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ନିୟମିତ କରିବାର ପ୍ରତିଶ୍ରୁତି ଦେଇଥିଲେ । ସରକାର ପ୍ରତିଶ୍ରୁତି ପାଳନ କରୁନଥିବା ପ୍ରତିବାଦରେ ,ହଜାର ହଜାର ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ଉତ୍କଳ ଦିବସ ଠାରୁ ପିଏମଜିରେ ଚଳାଇଛନ୍ତି ଆନ୍ଦୋଳନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ