Masthead

ପିତାମାତା ଜୀବନର ପ୍ରଥମ ଗୁରୁ…ତାଙ୍କ ସ୍ଥାନ ଇଶ୍ୱରଙ୍କ ସହ ସମାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଗୁରୁ ଇଶ୍ୱର, ଗୁରୁ ପରଂବ୍ରହ୍ମ, ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର । ଗୁରୁ , ଏକ ଶଦ୍ଦ ଯିଏ ଅନ୍ଧାରରୁ ଆଲୋକ ଦେଖାନ୍ତି । ଗୁରୁ ବିନା ଜୀବନ ଅନ୍ଧାର । ଏମିତି କେହି ନାହାନ୍ତି ଯାହାର ଗୁରୁ ନାହନ୍ତି । ସମସ୍ତଙ୍କ ଜୀବନରେ ପିତାମାତା ହେଉଛନ୍ତି ଜୀବନର ପ୍ରଥମ ଗୁରୁ ଯିଏ କି ଆମକୁ ଜୀବନ କୁ ପ୍ରକୃତ ଶିକ୍ଷା ଦେଇଥାଆନ୍ତି । ଏବଂ ସେ ଈଶ୍ୱରଙ୍କ ସ୍ଥାନର ଅଟନ୍ତି । ଏହାପରେ ଗୋଟିଏ ପିଲା ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରି ଥାଆନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଯେତେବେଳେ ପିଲାଟିଏ ଘର ଛାଡି ଓ ପିତାମାତାଙ୍କୁ ଛାଡି ବିଦ୍ୟାଳୟ ରେ ପାଦ ଥାପିଥାଏ, ସେତେବେଳେ ତାର ଜୀବନକୁ ଗଢି ତୋଳିଥାଆନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ।

ଯିଏକି ଜିବନର ଗୂଢ଼ ରହସ୍ୟକୁ ବୁଝାଇ ଥାଆନ୍ତି । ଗୁ’ ର ଅର୍ଥ ଅନ୍ଧାର ଆଉ ‘ରୁ’ ଅର୍ଥ ଆଲୋକ। ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି ‘ଗୁରୁ’। ଗୁରୁ ସର୍ବତ୍ର ବିଦ୍ୟମାନ। ହଁ ଗୁରୁ ସର୍ବତ୍ର ବିଦ୍ୟମାନ ବୋଲି ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କ ସହ ତୁଳନା କରାଯାଇିଛି। ସେଥିପାଇଁ ତ କୁହାଯାଇଛି ‘ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର।’ ଭଗବାନ ଜନ୍ମଦେଇ ଜ୍ଞାନ ଆହରଣ ନିମନ୍ତେ ଗୁରୁଙ୍କୁ ମାଧ୍ୟମ ରୂପେ ରଖିଛନ୍ତି। ଯଦି ବାପାଙ୍କ ସାଙ୍ଗରେ ଗୁରୁ ଥିବେ ତେବେ ବାପା କହନ୍ତି ପ୍ରଥମେ ଗୁରୁଙ୍କ ପାଦ ସ୍ପର୍ଶ କର, କାରଣ ସେ ତୋତେ ନଇଁବାର ଜ୍ଞାନ ଶିଖାଇଛନ୍ତି। ମୁଖରେ ସୁବଚନ, ମନରେ ସୁଚିନ୍ତନ ଆଉ ହସ୍ତରେ ସୁକର୍ମର ଶିକ୍ଷା ଦିଅନ୍ତି ‘ଗୁରୁ’।

ତେବେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଜନ୍ମ ଜୟନ୍ତୀକୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ। ପ୍ରତିଟି ମଣିଷର ଜୀବନରେ ଏକ ସ୍ଥାନ ଅଳଙ୍କୃତ କରିଥିବା ଗୁରୁଙ୍କ ପାଇଁ ଦିନଟିଏ ସମର୍ପି ଦେବାର ଆବଶ୍ୟକତା ଥିବା ହୃଦୟଙ୍ଗମ କରିଥିଲେ। ଆଉ ସେବେଠାରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ୧୮୮୮ ମସିହା ତାମିଲନାଡୁର ତିରୁତନୀଠାରେ ଜନ୍ମ ଗ୍ରହଣ କରିଥିଲେ ସର୍ବପଲ୍ଲୀ। ସେ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ। ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏହି ଗୁରୁ-ଶିଷ୍ୟ ପରମ୍ପରା ଏବେର ନୁହେଁ। କେଉଁ ପୁରାତନ କାଳରୁ ଏହି ପ୍ରଥା ରହିଆସିଛି। ଗୁରୁ ଦ୍ରୋଣାଚାର୍ୟ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ