Masthead

10 ୱିକେଟ୍‌ରେ ନେପାଳକୁ ହରାଇ ସୁପର-୪ରେ ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ଷା ସତ୍ତ୍ୱେ ଏସିଆ କପ ୨୦୨୩ର ସୁପର -୪ରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ନେପାଳ ବିପକ୍ଷ ମ୍ୟାଚରେ ୧୦ ୱିକେଟରେ ବିଜୟ ସହ ସୁପର-୪କୁ ଉନ୍ନୀତ ହୋଇଛି ଭାରତ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି। ତଥାପି ଭାରତୀୟ ଦଳ ‌ପ୍ରଥମରୁ ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ସମାଲୋଚିତ ହୋଇଛି। ଈଶାନ କିଶନ, ଶ୍ରେୟସ ଆୟର ଓ ବିରାଟ କୋହଲି ସହଜ କ୍ୟାଚ୍‌କୁ ହାତଛଡ଼ା କରିବା ପ୍ରଥମାର୍ଦ୍ଧର ଚର୍ଚ୍ଚିତ ବିଷୟ ଥିଲା।

ଭାରତ ଟସ୍‌ ଜିତି ନେପାଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଥର ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତକୁ ସାମ୍ନା କରୁଥିଲେ ମଧ୍ୟ ଦୁଇ ପ୍ରାରମ୍ଭିକ ବ୍ୟାଟର କୁଶାଲ ଭୁର୍ତେଲ ଓ ଆସିଫ୍‌ ଶେଖ ଅର୍ଦ୍ଧଶତକୀୟ ଭାଗୀଦାରି (୬୫) କରିଥିଲେ। ମ୍ୟାଚ୍‌ରେ ନେପାଳ ପକ୍ଷରୁ ଧାର୍ୟ୍ୟ ୨୩୧ ରନ୍‌କୁ ପିଛା କରି ରୋହିତ ରକ୍ଷଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଗିଲ୍‌ ଆକ୍ରମଣାତ୍ମକ ଖେଳିଥିଲେ। ୨.୧ ଓଭର ବେଳକୁ ଦଳ ୧୭ ରନ୍‌ରେ ପହଞ୍ଚିଥିବା ସମୟରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଦୀର୍ଘ ସମୟ ପର୍ୟ୍ୟନ୍ତ ମ୍ୟାଚ୍‌ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା। ଡିଏଲ୍‌ଏସ୍‌ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍‌ ଧାର୍ୟ୍ୟ କରାଯାଇଥିଲା। ଜବାବରେ ରୋହିତ ୭୪ ରନ୍‌ ଓ ଶୁବମନ ଗିଲ୍‌ଙ୍କ ୬୭ ରନ୍‌ ଶତକୀୟ ଭାଗୀଦାରି ବଳରେ ଭାରତ ୧୭ ବଲ୍‌ ବଳକା ଥାଇ ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା