Masthead

ଆଜି ଶୂନ୍ୟ ଛାୟା ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ଶୂନ୍ୟ ଛାୟା ଦିବସ । ଶୂନ୍ୟ ଛାୟା ଦେଖିବା ଲାଗି ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଭୁବନେଶ୍ୱରଠାରେ ବ୍ୟବସ୍ଥା କରାଯାଇଛି । ଛାଇ ଆମର ପିଛା ଛାଡ଼ି ନଥାଏ । କିନ୍ତୁ ଏହି କଥାକୁ ଭୁଲ କହିଛନ୍ତି ଜ୍ୟୋତିବିଜ୍ଞାନୀ । ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ । ବର୍ଷର ଏହି ୨ ଦନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି । ସେଥିପାଇଁ ସେ ସମୟରେ ଛାଇ ଦେଖାଯାଏ ନାହିଁ ।

ଏହି ଘଟଣାକୁ ଜ୍ୟୋର୍ତିବଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି । ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ଘଟିଥାଏ । ଏହାକୁ ଦେଖିବା ଲାଗି କୌଣସି ଯନ୍ତ୍ରପାତିର ଆବଶ୍ୟକତା ନାହିଁ । ଏକ ସମତଳ ଜାଗାରେ ଖୁଂଟ ଚାରିକଣିଆ ବାକ୍ସ, ବୋତଲ,ଇଟା ଭଳି କିଛି ଜିନିଷ ଖରା ପଡ଼ୁଥିବା ସ୍ଥାନରେ ଲମ୍ବା ଭାବରେ ରକ୍ଷନ୍ତୁ । ତାପରେ ଦେଖପାରିବେ ବସ୍ତୁଟିର ଛାୟା କିପରି ଧୀରେ ଧୀରେ ଉଭେଇ ଯାଉଛି । ପୁନଶ୍ଚ କିଛି ସମୟ ପରେ ଛାଇ ଦେଖାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ