Masthead

୭ ଓ୍ଵିକେଟରେ ବାଜିମାତ୍‌ କଲା ଟିମ୍‌ ଇଣ୍ଡିଆ, ହାରିଲା ଶ୍ରୀଲଙ୍କା

(ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଲା ଭାରତ । ଭାରତ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୭ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇ ବିଜୟ ହୋଇଛି । ଶେଖର ଧାଓ୍ଵାନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଅପରାଜେୟ ୮୬ ରନ୍‌, ପୃଥ୍ଵୀ ସ ୪୩ ରନ୍‌ ଓ ଇଶାନ କିସାନଙ୍କ ୫୯ ରନ୍‌ ଭାରତକୁ ବିଜୟ ଲକ୍ଷ୍ୟକୁ ପୁରଣ କରିଥିଲା । ଶ୍ରୀଲଙ୍କା ୯ ଓ୍ଵିକେଟରେ ସମସ୍ତ ୫୦ ଓଭର ଖେଳି ୨୬୨ ରନ୍‌ କରିଥିଲେ । ଭାରତ ଜବାବରେ ମାତ୍ର ୩୬.୪ ଓଭର ଖେଳି ୩ ଓ୍ଵିକେଟ ବଦଳରେ ୨୬୩ ରନ୍‌ କରି ୧-୦ ସିରିଜ ଆଗୁଆ ହୋଇଛି । ମନୀଷ ପାଣ୍ଡେ ୨୬ ରନ୍ କରିଥିବା ବେଳେ ସୂର୍ୟ୍ୟକୁମାର ଯାଦବ କରିଛନ୍ତି ଅପରାଜିତ ୩୧ ରନ୍ ।

ଶ୍ରୀଲଙ୍କା ଦଳର ୨୬୩ ରନର ପିଛା କରୁଥିବା ଭାରତୀୟ ଦଳ ଆରମ୍ଭରୁ ଥିଲା ଦୃଢ ସ୍ଥିତିରେ । ଦମଦାର୍ ପାଳି ଆରମ୍ଭ କରିଥିଲେ ଓପନର୍ ପୃଥବୀ ସ ଏବଂ ଶିଖର ଧଓ୍ଵନ । ୨୪ଟି ବଲରେ ୪୩ ରନ ସାଉଁଟି ପ୍ରଥମେ ପାଭିଲିଅନ ଫେରିଥିଲେ ପୃଥବୀ । ଏହା ପରେ ନିଜ ପ୍ରଥମ ଓଡିଆଇରେ କରିସ୍ମା ଦେଖାଇଥିଲେ ଇଶାନ କିଶାନ । ୪୨ଟି ବଲରେ ସାଉଁଟିଥିଲେ ୫୯ ରନ । ଯାହା ଭିତରେ ଥିଲା ୨ଟି ଛକ୍କା ଏବଂ ୮ଟି ଚଉକା । କିଛି ସମୟ ଧରି କ୍ରିଜରେ କ୍ରେଜ୍ ଦେଖାଇବା ପରେ ଲକ୍ଷଣ ସନ୍ଦାକନଙ୍କ ବଲର ଶୀକାର ହୋଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସିଂହଳୀ ବାହିନୀ । ନିର୍ଦ୍ଧାରିତ ଓଭରେ ଦଳ ୯ ଓ୍ଵିକେଟ୍ ବିନିମୟରେ ୨୬୨ ରନ୍ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା