Masthead

କାର୍ଡ ଅଛି, ରାସନ ମିଳୁନି

ଧର୍ମଶାଳା, (ବଡ଼ ଖବର ବ୍ୟୁରୋ): ଦିଗହରା ସରକାରୀ ଯୋଜନା । ରାସନକାର୍ଡ ଅଛି ହେଲେ ହିତାଧିକାରୀଙ୍କୁ ମିଳୁନି ସାମଗ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଉତ୍ତରପ୍ରତାପ ଗ୍ରାମର ସ୍ୱର୍ଗତ ଭାଗ୍ୟଧର ଦାସଙ୍କ ସ୍ତ୍ରୀ ବସନ୍ତୀ । ତାଙ୍କର ରାସନକାର୍ଡ ଥିଲେ ମଧ୍ୟ ସରକାରୀବାବୁଙ୍କ ମନମାନି ଲାଗି ମିଳୁନି ସାମଗ୍ରୀ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବାସନ୍ତୀ ।

୩ ବର୍ଷ ପୂର୍ବେ ଭାଗ୍ୟଧର ଆରପରିକୁ ଚାଲିଯାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ବାସନ୍ତୀ ସମ୍ପୂର୍ଣ୍ଣ ଭାଙ୍ଗିପହିଛନ୍ତି । ଅତି ଦୟନୀୟ ଅବସ୍ଥାରେ ସେ ପରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କ ନାମରେ ରାସନକାର୍ଡ ନମ୍ବର ୧୩୦୬୩୯୧୦୩୫୨ ରହିଛି । ଏହି କାର୍ଡରେ ୬ ଜଣଙ୍କ ନାମ ରହିଛି । ପୁଅ-ବୋହୂ ବାହାରେ ରହୁଛନ୍ତି । ବାସନ୍ତୀ ଝିଅ ସହ ଘରେ ରହୁଛନ୍ତି । ସମସ୍ୟାର ସମାଧାନ ପାଇଁ ସେ ପଞ୍ଚାୟତ ଓ ବ୍ଳକ କାର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଲେଣି । ତଥାପି ଦୁଃଖ କେହି ବୁଝୁନଥିବା କହିଛନ୍ତି ବାସନ୍ତୀ । ଏଦିଗରେ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ବାସନ୍ତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା