Masthead

ଗାଁ କାହାର?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହଁ-ନାହିଁ, ହଁ-ନାହିଁରେ ଶେଷରେ ନିଷ୍ପତ୍ତି ହେଲା ପଞ୍ଚାୟତ ଭୋଟ ଘୁଞ୍ଚିବ ନାହିଁ । ୨୦୨୨ରେ ରାଜ୍ୟରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୧୭ରେ ପଞ୍ଚାୟତ ସଂଖ୍ୟା ଓ ସୀମା ଯାହା ଥିଲା ସେୟା ରହିବ । ଏହି ନିଷ୍ପତ୍ତି ପରେ ଏବେ ହାତରେ ମାତ୍ର ୬ମାସ । ଗାଁ ଭୋଟ ହାତେଇବାକୁ ରଣନୀତି ତିଆରି କଲେଣି ରାଜନୈତିକ ଦଳ । ଗତ ଥର ଭଳି ଏଥର ବି ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ହେବ । ସାଂଗଠନିକ ଦୁର୍ବଳତା ପାଇଁ କଂଗ୍ରେସ ଯଥେଷ୍ଟ ପଛରେ ପଡ଼ିଯାଇଛି ।

ତେବେ ସାମ୍ପ୍ରତିକ ରାଜନୀତି ଭିତରେ ବିଜେପି ଓ ବିଜେଡି କେଉଁ ପ୍ରସଙ୍ଗ ନେଇ ଗାଁ ଲୋକଙ୍କ ପାଖକୁ ଯିବେ , ତାହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତ୍ରୀସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ କେବଳ ଜିଲ୍ଲ୍ଲା ପରିଷଦ ପ୍ରାର୍ଥୀ ଦଳୀୟ ଚିହ୍ନରେ ଲଢ଼ୁଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ନିର୍ଦଳୀୟ ଚିହ୍ନ ପାଆନ୍ତି । କିନ୍ତୁ ଏକଥା ସମସ୍ତଙ୍କୁ ଜଣା କିଛି ଜାଗାକୁ ଛାଡ଼ିଲେ ଅଧିକାଂଶ ସ୍ଥାନରେ ଏହି ପ୍ରାର୍ଥୀ ମାନଙ୍କୁ ରାଜନୈତିକ ଦଳମାନେ ଚୟନ କରିଥାନ୍ତି ।

ଗାଁ ଭୋଟ ସବୁବେଳେ ଆଞ୍ଚଳିକ ସମସ୍ୟାକୁ ନେଇ ଆଗକୁ ବଢ଼େ । ତେବେ ସାମଗ୍ରିକ ଭାବେ ଦେଶ ଓ ରାଜ୍ୟର ପରିସ୍ଥିତି ଏବଂ ସରକାର ଓ ବିରୋଧୀଙ୍କ ପ୍ରଦର୍ଶନର ମଧ୍ୟ ପ୍ରଭାବ ପଡ଼େ । ତେଣୁ ସ୍ଥାନୀୟ ପ୍ରସଙ୍ଗ ବ୍ୟତୀତ ବୃହତ୍ତର ଇସୁକୁ ମଧ୍ୟ ରାଜନୈତିକ ଦଳ ଅସ୍ତ୍ର କରିବେ । ତେବେ ଆସନ୍ତୁ ଦେଖିବା କାହା ହାତରେ କ’ଣ ଅସ୍ତ୍ର ରହିଛି । ବିଜେପିକୁ ଘେରିବା ପାଇଁ ବିଜୁ ଜନତା ଦଳ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି । ବିଶେଷ କରି ପେଟ୍ରୋଲ, ଡିଜେଲ, ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ତିଆରି କରିଛି । ଯାହାକୁ ଧରି ପଦ୍ମ ଶିବିରକୁ ପରାସ୍ତ କରିବାକୁ ଉଦ୍ୟମ କରିବେ ନବୀନ ଆଣ୍ଡ କୋ ।

ଗତ ଥର ଉଜ୍ଜ୍ୱଳା ସିଲିଣ୍ଡର ବିଜେପି ପାଇଁ ଭୋଟ ଆଣିଥିଲା । କିନ୍ତୁ ଏଥର ରନ୍ଧନ ଗ୍ୟାସର ଦର ବୃଦ୍ଧି ବିଜେପି ପାଇଁ ବୁମରେଙ୍ଗ ହୋଇପାରେ । ବିଜେପିର ଦୁର୍ବଳତା ବାଦ୍ ବିଜେଡ଼ି ପାଇଁ କାଳିଆ ଯୋଜନା ଓ ମିଶନ ଶକ୍ତି ଭୋଟ ଆଣିବାର ପ୍ରମୁଖ ମାଧ୍ୟମ ହେବ । ଏସ୍ଏଚଜି ମହିଳା ମାନେ ବିଜେଡ଼ି ପାଇଁ ବଡ଼ ଭୋଟ ବ୍ୟାଙ୍କ । ସେପଟେ ରାଜ୍ୟ ସରକାରଙ୍କ ବିରୋଧରେ ମାଳ ମାଳ ଦୁର୍ନୀତିର ଅଭିଯୋଗ ରହିଛି । ଯାହାକୁ ଆଧାର କରି ବିଜେଡ଼ିକୁ ଘେରିବ ବିଜେପି । କୋଭିଡ଼ ପରିଚାଳନାରେ ଅବ୍ୟବସ୍ଥା, ହସ୍ପିଟାଲ ବେଡ୍ ପାଇଁ ରୋଗୀଙ୍କ ସଂଘର୍ଷ ନବୀନ ସରକାରଙ୍କ ବିରୋଧରେ ଲୋକଙ୍କ ମନରେ ଆକ୍ରୋଶ ତିଆରି କରିଛି ।

ଏହାକୁ ଠିକ ଭାବେ ଉପସ୍ଥାପିତ କରିପାରିଲେ ବିଜେପି ଲାଭରେ ରହିବ । ଏହା ସହ ମଣ୍ଡି ସମସ୍ୟା ଓ ଆବାସ ବଣ୍ଟନରେ ଅନିୟମିତତା ଭାରତୀୟ ଜନତା ପାର୍ଟି ପାଇଁ ବିଜେଡ଼ି ବିରୋଧରେ ପ୍ରମୁଖ ମୁଦ୍ଦା ହେବ । କୋଭିଡ ପରିଚାଳନା ଓ ଟିକାକରଣରେ ବିଫଳତା, ମହଙ୍ଗା ମାଡ଼, ଚାଷୀ ସମସ୍ୟା, ବେରୋଜଗାରୀ ଆଦିକୁ ପ୍ରସଙ୍ଗ କରି ଉଭୟ ବିଜେପି ଓ ବିଜେଡ଼ିକୁ ଘେରି ପାରିବ କଂଗ୍ରେସ । କିନ୍ତୁ ତୃଣମୂଳ ସ୍ତରରେ ଦଳକୁ ସକ୍ରିୟ କରିବା ଦିଗରେ ଦଳର ନେତାମାନେ ଗୁରୁତ୍ୱ ଦେଉନଥିବାରୁ ପଛରେ ପଡ଼ିଯାଇପାରେ ଦେଶର ସବୁଠାରୁ ପୁରୁଣା ପାର୍ଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ