Masthead

ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶୀତରେ ଥରୁଛି ସାରା ଓଡିଶା। ସକାଳେ ଶାଢେ 5 ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 14.2 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଗତକାଲି ଭୁବନେଶ୍ବରରେ ତାପମାତ୍ରା 14.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଏହା ସାମାନ୍ୟ ଖସିଛି। ସାରା ଓଡିଶା ସମେତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶୀତର ଲହରି ଜାରି ରହିଛି। ଦିନକୁ ଦିନ ତଳମୁହାଁ ହେଉଛି ପାରଦ। 3 ଦିନରେ 1.2 ଡିଗ୍ରୀ ସେଲସିଅସ ତାପମାତ୍ରା ଖସିଥିବା କୁହାଯାଉଛି। ଗତକାଲିର ରେକର୍ଡ ମୁତାବକ 10 ସହରର ତାପମାତ୍ରା 12 ଡିଗ୍ରୀ ତଳେ ରହିଥିଲା। ଆଉ ଆଜି ଏହା ଆହୁରୀ କମ ହୋଇଛି। ଆଗରୁ କୁହାଯାଇଥିଲା କି ବର୍ଷା କମିବା ପରେ ଶୀତ ତାର ପ୍ରକୋପ ଦେଖାଇବ। ଏବେ ଠିକ ସେହିପରି ହେଉଛି ପାରଦ ଖସୁଛି ଓ ଶୀତ ବଢିବାରେ ଲାଗିଛି।

ରାଜ୍ୟରେ ଆହୁରି କମିବ ଥଣ୍ଡା। ମଙ୍ଗଳବାର ଅନେକ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିଛି । ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିବା ସହ ସ୍ୱାଭାବିକ ତାପମାତ୍ରା ଅନୁଭୂତ ହେବ । ଭୁବନେଶ୍ୱର, ଖୋର୍ଦ୍ଧା, ଗୋପାଳପୁରରେ ୧୭ ଡିଗ୍ରୀ, ଛତ୍ରପୁର ଓ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ୱରରେ ରାତି ତାପମାତ୍ରା ୧୮ ଡିଗ୍ରୀ ରହିବ । ପୁରୀରେ ତାପମାତ୍ରା ୨୦ ଡିଗ୍ରୀ ରହିବା ସହ ଶୀତ ଅନେକାଂଶରେ କମିଯିବ । ଜି.ଉଦୟଗିରି ପୁଣି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୫.୬ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୮ ଡିଗ୍ରୀ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ