Masthead

ତୁରନ୍ତ ମନ୍ଦିର ଖୋଲ, ସେବାୟତଙ୍କୁ ସହାୟତା ଦିଅ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ହିନ୍ଦୁମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ହେଉଛି ମନ୍ଦିର। ରାଜ୍ୟରେ ସମସ୍ତ ମନ୍ଦିର ଦୀର୍ଘଦିନ ଧରି ବନ୍ଦ ରହିଛି। ଏଗୁଡ଼ିକୁ ଖୋଲିବା ଦିଗରେ ସରକାର ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ଓ ଓଡ଼ିଶା ମନ୍ଦିର ସେବାୟତ ସଂଘ ମିଳିତ ଉଦ୍ୟମରେ ଅନ୍ୟ ହିନ୍ଦୁ ସଙ୍ଗଠନଗୁଡ଼ିକ ପକ୍ଷରୁ ରାଜ୍ୟର ସମସ୍ତ ମନ୍ଦିରଗୁଡ଼ିକୁ ସୁବ୍ୟବସ୍ଥିତ କରିବା ସହ ସେଠାରେ ବିଭିନ୍ନ ସେବାରେ ନିୟୋଜିତ ସେବାୟତମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ଦରମା ଢାଞ୍ଚାରେ ଉଚିତ୍ ପ୍ରାପ୍ୟ ଦେବା ଦାବିରେ ଆଜି ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ସଭାପତି ସୁକାନ୍ତ ପଣ୍ଡା ଯୋଗଦେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ କୌଣସି ପ୍ରକାର ସେବା କାର୍ୟ୍ୟ ପାଇଁ ସରକାରଙ୍କର ଏକ ସର୍ବନିମ୍ନ ମଜୁରି ବ୍ୟବସ୍ଥା ଥିବା ବେଳେ ମନ୍ଦିରରେ କାର୍ୟ୍ୟରତ ସେବାୟତମାନଙ୍କ ପାଇଁ ତାହା କାହିଁକି ଲାଗୁ ହେଉନାହିଁ। ଦେବୋତ୍ତର ବିଭାଗ କେବଳ ମନ୍ଦିର ସମ୍ପତ୍ତି ଉପରେ କବଜା ଜମେଇ ବସିଛି। ମନ୍ଦିରରେ କାର୍ୟ୍ୟରତ ସେବକମାନଙ୍କ ପ୍ରତି ବିଭାଗର କ’ଣ ଦାୟିତ୍ୱ ରହିଛି ତାହା ସ୍ପଷ୍ଟ ହେବା ଉଚିତ ବୋଲି ସୁକାନ୍ତ ଦାବି କରିଛନ୍ତି। ବିଗତ ଦିନରେ ସରକାରଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିଲାନି କିମ୍ବା ସେବାୟତଙ୍କୁ ସହାୟତା ମିଳିଲାନି। ଆଗାମୀ ୭ଦିନ ମଧ୍ୟରେ ଯଦି ସରକାର ଏ ଦିଗରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତ, ସେବାୟତ, ବ୍ରାହ୍ମଣ ରାଜରାସ୍ତାକୁ ଓହ୍ଲାଇ ଚରମ ପ୍ରତିବାଦର ପନ୍ଥା ଅବଲମ୍ବନ କରିବେ ବୋଲି ଏଥିରେ ଚେତାବନୀ ଦିଆଯାଇଛି। ବୈଠକରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ, ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ, ରୁଦ୍ର ସେନାର ରାଜ୍ୟ ସଭାପତି ସଞ୍ଜୀବ କୁମାର ମିଶ୍ର, ଓଡ଼ିଶା ଗୋ-ସେବା ସମିତି ସଂଯୋଜକ ପ୍ରଦୀପ୍ତ କୁମାର ତ୍ରିପାଠୀ, ରାଷ୍ଟ୍ରୀୟ ମନ୍ଦିର ସେବ ସଂଘ ସଭାପତି ସୁକାନ୍ତ କୁମାର ପଣ୍ଡା, ଓଡ଼ିଶା ଉତ୍କଳ ବ୍ରାହ୍ମଣ ପରିଷଦ ସଭାପତି ସୂର୍ୟ୍ୟନାରାୟଣ ଦାଶ ପ୍ରମୁଖ ଯୋଗଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ