Masthead

ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା

ରାଜନଗର, (ବଡ଼ ଖବର ବ୍ୟୁରୋ): ମା’ ନେଲେ ମେଲାଣି । ହଂସୁଆ ନଦୀରେ ଚାପ ଖେଳିପାରିଲେ ନାହିଁ ମା’ଦୁର୍ଗା। ରାଜ୍ୟରେ ରାଜନଗରର ଭସାଣ ଉତ୍ସବ ନିଆରା । ମା’ଙ୍କୁ ଗୋପାଳ ସମ୍ପ୍ରଦାୟର ଲୋକେ ଚାପ ଖେଳାଇବା ପରେ ବିସର୍ଜନ କରାଉଥିଲେ । କାହିଁ କେଉଁ ଆବାହମାନ କାଳରୁ ଏହା ପ୍ରଚଳିତ ହୋଇଆସୁଛି । ରାଜାଙ୍କ ଶାସନ କାଳରୁ ଏହି ପରମ୍ପରା ରହିଥିବା ବୟସ୍କ ଲୋକେ କହୁଛନ୍ତି । ଚଳିତବର୍ଷ କରୋନା କଟକଣା ଲାଗି ମା’ଙ୍କ ଭସାଣି ଆଡ଼ମ୍ବରରେ ହୋଇ ନ ଥିଲା । ଗୋପାଳମାନେ କାନେ୍ଧଇ ମା’ଙ୍କ ବିସର୍ଜନ କରିଥିଲେ । ଚଳିତବର୍ଷ ନୌବିହାର କରାଯାଇ ନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ୨ଶହ ବର୍ଷର ପରମ୍ପରା ଭାଙ୍ଗିଯାଇଛି ।

ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରୁଥିଲେ । ବାଜା, ବାଣ ଓ ରୋଷଣି କରାଯାଇ ମେଲାଣି ଦିଆଯାଉଥିଲା । ରାଜନଗର ଅଞ୍ଚଳର ଗୋପାଳ ସମ୍ପ୍ରଦାୟର ଲୋକେ ମଣ୍ଡପରୁ ନଦୀପଠାକୁ କାନ୍ଧରେ କାନ୍ଧେଇ ଆଣିଥାନ୍ତି । ପରେ ସୁସଜ୍ଜିତ ହୋଇ ରହିଥିବା ନୌକାରେ ମା’ଙ୍କୁ ବସାଇ ନଦୀରେ ନୌବିହାର ଆରମ୍ଭ ହୁଏ। ମା’ ହଂସୁଆ ନଦୀରେ ୭ଘେରା ଚାପ ଖେଳିବା ପରେ ବିସର୍ଜନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣାକୁ ମାନି ମା’ଙ୍କ ବିସର୍ଜନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା