ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା

ରାଜନଗର, (ବଡ଼ ଖବର ବ୍ୟୁରୋ): ମା’ ନେଲେ ମେଲାଣି । ହଂସୁଆ ନଦୀରେ ଚାପ ଖେଳିପାରିଲେ ନାହିଁ ମା’ଦୁର୍ଗା। ରାଜ୍ୟରେ ରାଜନଗରର ଭସାଣ ଉତ୍ସବ ନିଆରା । ମା’ଙ୍କୁ ଗୋପାଳ ସମ୍ପ୍ରଦାୟର ଲୋକେ ଚାପ ଖେଳାଇବା ପରେ ବିସର୍ଜନ କରାଉଥିଲେ । କାହିଁ କେଉଁ ଆବାହମାନ କାଳରୁ ଏହା ପ୍ରଚଳିତ ହୋଇଆସୁଛି । ରାଜାଙ୍କ ଶାସନ କାଳରୁ ଏହି ପରମ୍ପରା ରହିଥିବା ବୟସ୍କ ଲୋକେ କହୁଛନ୍ତି । ଚଳିତବର୍ଷ କରୋନା କଟକଣା ଲାଗି ମା’ଙ୍କ ଭସାଣି ଆଡ଼ମ୍ବରରେ ହୋଇ ନ ଥିଲା । ଗୋପାଳମାନେ କାନେ୍ଧଇ ମା’ଙ୍କ ବିସର୍ଜନ କରିଥିଲେ । ଚଳିତବର୍ଷ ନୌବିହାର କରାଯାଇ ନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ୨ଶହ ବର୍ଷର ପରମ୍ପରା ଭାଙ୍ଗିଯାଇଛି ।

ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରୁଥିଲେ । ବାଜା, ବାଣ ଓ ରୋଷଣି କରାଯାଇ ମେଲାଣି ଦିଆଯାଉଥିଲା । ରାଜନଗର ଅଞ୍ଚଳର ଗୋପାଳ ସମ୍ପ୍ରଦାୟର ଲୋକେ ମଣ୍ଡପରୁ ନଦୀପଠାକୁ କାନ୍ଧରେ କାନ୍ଧେଇ ଆଣିଥାନ୍ତି । ପରେ ସୁସଜ୍ଜିତ ହୋଇ ରହିଥିବା ନୌକାରେ ମା’ଙ୍କୁ ବସାଇ ନଦୀରେ ନୌବିହାର ଆରମ୍ଭ ହୁଏ। ମା’ ହଂସୁଆ ନଦୀରେ ୭ଘେରା ଚାପ ଖେଳିବା ପରେ ବିସର୍ଜନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣାକୁ ମାନି ମା’ଙ୍କ ବିସର୍ଜନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!