Masthead

ଅନ୍ଧାରରେ ମଧୁସୂଦନ ସେତୁ

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ନୂଆପାଟଣା ମଧୁସୂଦନ ସେତୁ ନିର୍ମାଣକୁ ବିତିଛି ପ୍ରାୟ ୩ବର୍ଷ । ରାତିର ଅନ୍ଧକାରରେ ଏହି ସେତୁ ବୁଡିରହୁଛି । ଏପର୍ଯ୍ୟନ୍ତ ସେତୁରେ ଆଲୋକୀକରଣ ହୋଇନାହିଁ । ସନ୍ଧ୍ୟା ହେଲେ ଅସାମାଜିକମାନଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଉଛି ସେତୁ । ସେତୁ ପାର୍ଶ୍ୱରେ ରହିଥିବା ପାଦଚଲା ରାସ୍ତାକୁ ମଦ୍ୟପମାନେ ଅଡ୍ଡାସ୍ଥଳରେ ପରିଣତ କରିସାରିଲେଣି । ସେତୁ ପାର୍ଶ୍ଵରେ ଗାଡ଼ି ରଖି ନିଶା ସେବନ କରୁଥିବାରୁ ବାରମ୍ବାର ସେତୁ ଉପରେ ଦୁର୍ଘଟଣା ଘଟୁଛି । ଏପରିକି ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯିବା ସହ ବହୁ ଲୋକ ଗୁରୁତର ହୋଇଥିବା ଅନେକ ଉଦାହରଣ ରହିଛି । ମଧୂସୁଦନ ସେତୁ ନାମରେ ନାମିତ ହୋଇଥିବା ସେତୁର ସିଡିଏ ପଟେ ମଧସୂଦନଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ମାତ୍ର ଆଲୋକ ଅଭାବରୁ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନ୍ଧାରରେ ରହୁଛି ।

ସେତୁରେ ଆଲୋକ ବ୍ୟବସ୍ଥା ସହ ସିସି କ୍ୟାମେରା ଲଗାଇବା ପାଇଁ ଦୁଇବର୍ଷ ପୂର୍ବରୁ ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ଏନେଇ ପୂର୍ବରୁ ଅନେକ ଥର ସ୍ଥାନୀୟ ଜନସାଧାରଣ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ । ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କୟଳପଡା ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏହି ସେତୁକୁ ୨୦୧୮ ଏପ୍ରିଲ୍ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଆଜକୁ ଅଢେ଼ଇ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁରେ ଆଲୋକ ବ୍ୟବସ୍ଥା ହୋଇ ପାରିନାହିଁ । ପଞ୍ଚାୟତ ନିଜସ୍ୱ ପାଣ୍ଠିରୁ ସେତୁର ଉତ୍ତରଦିଗ ନୂଆପାଟଣା ସେତୁ ଆରମ୍ଭରେ ସିସି କ୍ୟାମେରା ଓ ଲାଇଟର ବ୍ୟବସ୍ଥା କରାଯାଇଛି । କିନ୍ତୁ ସେତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧାର । ଏହି ସେତୁରେ ବଡ଼ ବଡ଼ ଟ୍ରକ୍ ପ୍ରତ୍ୟେକ ଦିନ ବାଲି ନେଇ ଯିବା ଆସିବା କରୁଛି । ଟ୍ରକରୁ ବାଲି ଉଡି ସେତୁର ଦୁଇପାର୍ଶ୍ଵରେ ପଡି ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହି ସବୁ ସମସ୍ୟାର ସମାଧାନ କରିବା ଓ ସେତୁକୁ ସୌନ୍ଦର୍ଯ୍ୟକରଣ ପାଇଁ କୟଳପଡା ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା