Masthead

ଭୟାବହ ଅଗ୍ନିକାଣ୍ତ, ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ ( ବଡ଼ ଖବର ବ୍ୟୁରୋ): ଭୟାବହ ଅଗ୍ନିକାଣ୍ତ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ୨୩ ନମ୍ବର ୱାର୍ଡ ଉଚ୍ଚଡିହାରେ ଘଟିଯାଇଛି ଏଭଳି ଘଟଣା । ଏହି ଅଗ୍ନିକାଣ୍ଡରେ ୪ ପରିବାରର ୧୨ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି । ନିଆଁରେ ପୋଡ଼ି ହେଇ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ରାତି ୩ଟା ବେଳେ ହଠାତ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁର ବେଗ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ ୪ ପରିବାରର ୧୨ ବଖରା ନିଆଁର ଆଁଭିତରେ ପଶି ଯାଇଥିଲା । ପଡୋଶୀ ବାହାରକୁ ଉଠିଥିବାବେଳେ ନିଆଁକୁ ଦେଖି ପରିବାର ଲୋକଙ୍କୁ ଡାକ ପକାଇଥିଲା ।

ଡାକ ଶୁଣି ପରିବାର ଲୋକ ଜୀବନ ବିକଳରେ ବାହାରକୁ ପଳାଇ ଆସିଥୁଲେ । କନକଲତା ବାରିକ ଘର ଭିତରୁ ବାହାରି ପାରିନଥିଲେ । ଫଳରେ ନିଆଁରେ ପୋଡ଼ି ହେଇ ତାଙ୍କର ମୃତ୍ୟୁ ହୋଇଛି ପରିବାର ଲୋକ ବାସୁଦେବପୁର ଦମକଳ ବାହିନୀକୁ ଖବର ଦେଇଥିଲେ । ସୋର ଦମକଳ ବାହିନୀ ନିଆଁ ଲିଭାଇବାକୁ ଆସିଥିଲେ । ଆସିବା ବେଳକୁ ସବୁ କିଛି ପୋଡି ପାଉଁଶ ହେଇଯାଇଥିଲା । ପିନ୍ଧାଲୁଗା ବ୍ୟତୀତ ଅନ୍ୟ କୌଣସି ଆସବାବପତ୍ର ବାହାରକୁ କାଢି ପାରିନଥିଲେ। ତୁରନ୍ତ ଏହି ଅଗ୍ନି ବିପନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା