Masthead

ପୋଲିସ ନିର୍ଯାତନା ସହିନପାରି ଯୁବକଙ୍କ ଆତ୍ମହତ୍ୟା

ମାହାଙ୍ଗା( ବଡ଼ ଖବର ବ୍ୟୁରୋ): ଆତ୍ମହତ୍ୟା କଲେ ନିରୀହ ଯୁବକ । କଟକ ଜିଲ୍ଲା ଭଦ୍ରରେଶ୍ୱର ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା । ଗତ ୨୦ ତାରିଖରେ ମାହାଙ୍ଗା ଥାନା ଭଦ୍ରରେଶ୍ୱର ଫାଣ୍ଡି ଅଧୀନରେ ଥିବା ଗୋପାଳପୁର ପଞ୍ଚାୟତ ଅର୍ନ୍ତଗତ ନଇଗୁଆଁ ଗ୍ରାମର ଅଷ୍ଟମ ଶ୍ରେଣୀ ଛାତ୍ରି ନିଖୋଜ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିଲା । ଗତ ୨୪ ତାରିଖରେ ସେହି ଗ୍ରାମର ବିରବର ସାହୁଙ୍କ ପୁଅ କଳାକାର ସାହୁଙ୍କୁ ତାଙ୍କ ଘରୁ ଉଠାଇ ନେଇ ପଚାରଉଚରା କରିବା ସହ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

କଳାକାରଙ୍କ ପରିବାର ଲୋକେ କହିବା ଅନୁଯାୟୀ, ପୋଲିସ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ କେନ୍ଦ୍ରାପଡ଼ା ନେଇଥିଲେ । ଯୁବତୀଙ୍କୁ ପାଇବା ପରେ କଳାକାରଙ୍କୁ ଛାଡ଼ିଦେଇଥିଲେ ପୋଲିସ ଅଧିକାରୀ । ଥାନାରୁ ଫେରିବା ପରେ କଳାକାରଙ୍କ ମାନସିକ ସ୍ଥିତି ଭଲ ନଥିଲା। ପୋଲିସର ଅତ୍ୟଧିକ ନିର୍ଯାତନା ସହି ନପାରି କଳାକାର ଘରଠାରୁ ୨୦୦ ମିଟରେ ଦୂରରେ ଥିବା ବିଲ ମଝିରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଶବ ବ୍ୟବଛେଦ ହୋଇ ଆସିବା ପରେ ନ୍ୟାୟ ଦାବିରେ ଶବକୁ ଧରି ଥାନା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ