Masthead

ଭିକ ମାଗିବା ଉପରେ ପ୍ରତିବନ୍ଧକ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ):ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ । ଜି-୨୦ ଶିଖର ବୈଠକ ପୂର୍ବରୁ ମହାରାଷ୍ଟ୍ରର ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟି ପୋଲିସ ମୁଖ୍ୟ ଅମିତେଶ କୁମାର ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସେ ଧାରା ୧୪୪ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ବ୍ୟକ୍ତି କିମ୍ବା ଗୋଷ୍ଠୀ ଭିକ ମାଗିବା କିମ୍ବା ଯାତ୍ରୀମାନଙ୍କୁ ଟଙ୍କା ଦେବାକୁ ବାଧ୍ୟ କରିବା ଉପରେ ରୋକ ଲଗାଯାଇଛି। ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଭିକ ମାଗୁଥିବାର ଦେଖାଯାଏ, ତେବେ ତାଙ୍କୁ ୧ ରୁ ୬ ମାସ ପର୍ଯ୍ୟନ୍ତ ଜେଲ ପଠାଯାଇପାରେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଗତ ବୁଧବାର ନାଗପୁର ସିଟି ପୋଲିସ କମିଶନର ପକ୍ଷରୁ ଏକ ନିରେ୍ଦ୍ଦଶ ଜାରି କରାଯାଇଛି । ଏହି ନିରେ୍ଦ୍ଦଶ ଆଧାରରେ ସହରର କୌଣସି ବି ସ୍ଥାନରେ ଭିକ ମାଗିପାରିବେନି ଲୋକେ । ମାର୍ଚ୍ଚ ୯ ତାରିଖରୁ ଅର୍ଥାତ୍ ଆଜିଠୁ ଏପ୍ରିଲ୍ ମାସ ୩୦ ତାରିଖ ଯାଏଁ ଭିକ ମାଗିବା ଉପରେ କଟକଣା ଲଗାଯାଇଛି । ଯଦି କୌଣସି ଲୋକ ଏହି ନିୟମକୁ ଉଲଂଘନ କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାଇ ଦିଆଯାଇଛି । ଜି-୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅମିତେଶ କୁମାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି