Masthead

ଆତଙ୍କୀକୁ ସାହାଯ୍ୟ କରୁଥିବା ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ପାକିସ୍ତାନ ତିକ୍ତତା ଭିତରେ ଆସିଛି ଆଉ ଏକ ଭିଡିଓ । ଯେଉଁଥିରେ ଆତଙ୍କୀକୁ ସହଯୋଗ କରୁଥିବା ଯୁବକ ଖସି ପଳାଉଥିବା ଚିତ୍ର ସାମ୍ନାକୁ ଆସିଛି । ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିଲେ ଯୁବକ । ନଦୀକୁ ଡେଇଁବା ବେଳେ ଆତଙ୍କୀର ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ଜଙ୍ଗଲରୁ ନଦୀକୁ ଡେଇଁ ଖସିଯାଇଛି । ଯାହାର ଏକ୍ସକ୍ଲୁସିଭ୍ ଭିଡିଓ ସାମ୍ନାକୁ ଆସିଛି ।

ଜାମ୍ମୁ କାଶ୍ମୀର ରକି ନଦୀକୁ ଡେଉଁ ଆତଙ୍କବାଦୀ ପହଁରି ପହଁରି ଯାଉଥିବାର ଭିଡିଓ ଦେଖିବାକୁ ମିଳିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଷ୍ଟ୍ରୀୟ ରାଇଫଲ ଏବଂ ଏସଓଜି ଯବାନମାନେ ଆତଙ୍କବାଦୀର ପିଛା କରୁଥିବା ବେଳେ ସେ ଖସିଯିବାରେ ସକ୍ଷମ ହୋଇଛି । ଏହି ବ୍ୟକ୍ତି ଜଣଙ୍କ କୁଲଗାମ ଜିଲ୍ଲାର । ଆତଙ୍କୀଙ୍କୁ ରହିବା ଏବଂ ଖାଇବାକୁ ଦେଇଥିଲେ । ପରେ ଯବାନମାନେ ଆସିବାରୁ ଆତଙ୍କୀ ଜଙ୍ଗଲ ଭିତରୁ ନଦୀକୁ ଡେଇଁ ପଳାଇଯାଉଥିବା ଦେଖିବାକୁ ମିଳିଛି ।

ତା’ ନାମ ଇମତିଆଜ୍ ମହମ୍ମଦ ମାର୍ଗେ, ବୟସ ୨୩ ବର୍ଷ ବୋଲି ସୂଚନା ମଳିଛି । ନଦୀରେ କରେଣ୍ଟ ପ୍ରବାହ ଅଧିକ ଥିବାରୁ ପାଣିରେ ବୁଡି ତାର ମୃତ୍ୟୁ ହୋଇଛି । ସେ ପହଲଗାମ ଆତଙ୍କୀଙ୍କୁ ସହଯୋଗ କରୁଥିଲା । ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ୟ୍ୟ କରୁଥିଲା । ମାର୍ଗେର ମୃତଦେହ ମିଳିବା ପରେ କୁଲଗାମର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଆର୍ମି ତାଙ୍କୁ ଗିରଫ କରିଥିଲା ଏବେ ତାଙ୍କର ମୃତଶରୀର ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ