Masthead

ପିକଅପ୍ ଓଲଟି ଜଣେ ମୃତ, ୨୯ ଗୁରୁତର

ବାରିପଦା (ବଡ଼ ଖବର ବ୍ୟୁରୋ): ପିକଅପ୍ ଓଲଟି ଜଣେ ମୃତ, ୨୯ ଗୁରୁତର । ମୟୂରଭଞ୍ଜ ଶୁଳିଆପଦା ଥାନା ବାଲିଶୁଳିଆ ଗାଁରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ । ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସ୍ଥାନାନ୍ତର । ବାରିପଦା ମେଡିକାଲରେ ଜଣେ ମହିଳାଙ୍କ ମୃତୁ୍ୟ ହୋିଥିବା ସୂଚନା । ପିକଅପରେ ସମସ୍ତେ ଶ୍ରମିକ ଥିଲେ । ସମସ୍ତ ଶ୍ରମିକ ରାସଗୋବିନ୍ଦପୁର ବ୍ଲକ କମାରଡିହା ଓ ଖୁଣ୍ଟା ଅଞ୍ଚଳର ବୋଲି ଜଣାପଡିଛି।

ପିକଅପରେ ଶାଳପତ୍ର ତୋଳିବା ପାଇଁ ଶୁଳିଆପଦା ବ୍ଲକ ଚାଉଳଧୁଆଣି ଗ୍ରାମ ଜଙ୍ଗଲକୁ ଆସିଥିଲେ । ଘରକୁ ଫେରିବା ସମୟରେ ଭାରସାମ୍ୟ ହରାଇ ପିକଅପ ଓଲଟି ପଡ଼ିଲା । ଫଳରେ ପିକଅପ ତଳେ ଚାପି ହୋଇଯାଇଥିଲେ ୨୯ଜଣ । ସ୍ଥାନୀୟ ଲୋକେ ଉଦ୍ଧାର କରି ଶୁଳିଆପଦା ପୋଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଯେଉଁମାନେ ଗୁରୁତ୍ତର ଥିଲେ ତାଙ୍କୁ କଷ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ବାରିପଦା ପଣ୍ତିତ ରଘୁନାଥ ମୂର୍ମୂ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ବାରିପଦା ମେଡ଼ିକାଲରେ ଜଣେ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼