Masthead

‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଥମ ଶ୍ରେଣୀ ବହିରେ ତ୍ରୁଟି ଅଭିଯୋଗକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଖଣ୍ଡନ । ପ୍ରଥମ ଶ୍ରେଣୀ ବହିରେ ଯେଉଁ ତ୍ରୁଟି କଥା କୁହାଯାଉଛି ସେଭଳି ତ୍ରୁଟି ହୋଇନି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଖୁବଶୀଘ୍ର ପିଲାଙ୍କୁ ନୂଆ ସଠିକ୍ ବହି ଯୋଗାଇ ଦିଆଯିବ । ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ଯେଉଁଭଳି ପ୍ରଦର୍ଶନ କରାଯାଉଛି, ତାହା ଭୁଲ । ଜାତୀୟ ଶିକ୍ଷାନୀତି ଅନୁସାରେ ଅନ୍ୟ ରାଜ୍ୟର ଗୀତକୁ ବି ସ୍ଥାନ ଦିଆଯାଇଛି ।

ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପାଠ୍ୟପୁସ୍ତକରେ ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତ ସମ୍ପର୍କିତ ତ୍ରୁଟିକୁ ନେଇ ସିଏମ୍‌ଓ ପକ୍ଷରୁ ଗମ୍ଭୀରତା ପ୍ରକାଶ କରାଯାଇଛି । ବୈଠକରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପାଠ୍ୟ ପୁସ୍ତକରେ ହୋଇଥିବା ତ୍ରୁଟିର କାରଣ, ଏହାର ପ୍ରଭାବ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି କିପରି ରୋକାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ