Masthead

ଆଜି ଠାରୁ ଆରମ୍ଭ ହେଲା କେନ୍ଦ୍ର ବିରୋଧରେ ୧୧ ଦିନର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କୁ ଚାପ ପକାଇବା ପାଇଁ ବାରମ୍ବାର ବିରୋଧୀ ଦଳ ଏକାଠି ହେଉଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ୧୯ଟି ବିରୋଧୀ ଦଳ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଯାଉଛନ୍ତି । ଏହି ବିରୋଧ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ସାରା ଦେଶରେ ଏହି ବିରୋଧ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହାର ବାହ୍ୟରେଖା ଦଳ ସହ ଜଡ଼ିତ ରାଜ୍ୟ ୟୁନିଟ ଦ୍ୱାରା ପ୍ରସ୍ତୁତ ହେବ ବୋଲି ବିରୋଧୀଦଳ ନେତାମାନେ କହିଛନ୍ତି । ଏହା ସହ ସମସ୍ତ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ବିରୋଧ ପ୍ରଦର୍ଶନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଦେଶରେ ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ ବାରମ୍ବାର ବିରୋଧୀ ଦଳ ଏପରି ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଏନେଇ କଂଗ୍ରେସ କେବେବେଳ ସମସ୍ତ ବିରୋଧୀ ଦଳକୁ ନେଇ ଚା’ ଜଳିଖିଆ ବୈଠକ କରୁଥିବାବେଳେ ଆଉ କେବେ ବିଧାନସଭାକୁ ସାଇକେଲରେ ପହଞ୍ଚି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା ଛଡ଼ା କଂଗ୍ରେସ ଭଲ ଭାବରେ ବୁଝିଯାଇଛି ଶାସକ ଦଳକୁ ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଏକାକି ଲଢିବା ଅସମ୍ଭବ । ତେଣୁ ଦଳ ବର୍ତ୍ତମାନ ଠାରୁ ସମସ୍ତ ଋଣନୀତି ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା