Masthead

୨୮ ବର୍ଷ ତଳର କାହାଣୀ ଦୋହରାଇଲା ବାହାନଗା ଦୁର୍ଘଟଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୯୯୫ ମସିହାରେ ମଧ୍ୟ ଏହିଭଳି ଏକ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୩୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ହିରୋଗାବାଦ ଠାରୁ ୧କିମି ଦୂରରେ ପୁରୁଷୋତ୍ତମ ଏକ୍ସପ୍ରେସ ଓ କାଳିନ୍ଦୀ ଏକ୍ସପ୍ରେସ ସହିତ ଧକ୍କା ହୋଇଥିଲା । ପୁରୁଷୋତ୍ତମ ଏକ୍ସପ୍ରେସ ଠିଆ ହୋଇଥିବା ବେଳେ କାଳନ୍ଦୀ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା । ତେଣୁ ଏହାର ୫ଟି ବଗି ସମ୍ପୁର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ପୁରୁଷୋତ୍ତମ ଏକ୍ସପ୍ରେସର ୩ ଓ କାଳିନ୍ଦୀ ଏକ୍ସପ୍ରେସର ୬ ବଗି ଦୁର୍ଘଟଣା କାରଣରୁ ଲାଇନଚ୍ୟୁତ ହୋଇଥିଲା । ରାତି ସମୟ ହୋଇଥିବାରୁ ସବୁ ଯାତ୍ରୀ ନିଘୋଡ ନିଦରେ ସୋଇଥିବା ବେଳେ ସେମାନେ ଏହା ଅନୁମାନ ମଧ୍ୟ ଲଗାଇ ନଥିବେ ସେଦିନ ରାତିର ସେଇ ନିଦ ତାଙ୍କୁ ଶେଷନିଦ୍ରାରେ ସୁଆଇ ଦେବବୋଲି । ଆଜି ଇତିହାସ ପୁଣି ଦୋହରେଇଛି ଠିକ ସେହିପରି ସାଲିମାର ଓ କରମଣ୍ଡଳ ବାହାନଗା ରେଳ ଦୁର୍ଘଟଣା । ଆଜି ଲୁହ ଓ ଲହୁ ଏକାଠି ହୋଇଛି ବାହାନଗା ରେଳ ଦୁର୍ଘଟଣାରେ । ପାଖାପାଖି ୩୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ