Masthead

ଆଇସିୟୁରେ ପାକିସ୍ତାନର ଏୟାରବେସ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ପ୍ରଚଣ୍ଡ ପ୍ରହାରରେ ଦୋହଲି ଯାଇଛି ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା । ଭାଙ୍ଗିଯାଇଛି ଶତ୍ରୁ ଦେଶର ଏୟାରବେସ୍ ଅଣ୍ଟା । ଅପରେସନ ସିନ୍ଦୂର୍ ପରେ ସାମ୍ନାକୁ ଆସୁଛି ପାକିସ୍ତାନର ବିକଳ ଚିତ୍ର । ଆକ୍ରମଣରେ ଛାରଖାର ହୋଇଯାଇଛି ପୁରା ପାକିସ୍ତାନ । ଭାରତୀୟ ସେନା ଆକ୍ରମଣର ଶିକାର ହୋଇଛି ପାକିସ୍ତାନ । ଅପରେସନ ସିନ୍ଦୂରରେ ହୋଇଥିବା କ୍ଷୟକ୍ଷତିର ଦୃଶ୍ୟ ଗୋଟେ ପରେ ଗୋଟେ ସାମ୍ନାକୁ ଆସୁଛି । ଅପରେସନରେ ଛାରଖାର ହୋଇଛି ପାକିସ୍ତାନର ଭୋଲାରୀ ଏୟାରବେସ୍ । ଭାରତ ପକ୍ଷରୁ ୧୨ରୁ ଅଧିକ ପାକିସ୍ତାନୀ ଏୟାରବେସ୍ ଉପରେ ଆକ୍ରମଣ ହୋଇଥିଲା । ବ୍ରହ୍ମୋସ୍ ମିସାଇଲ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା । ଯାହାଫଳରେ ଭୋଲାରୀ ଏୟାରବେସର ଭୟଙ୍କର କ୍ଷୟକ୍ଷତି ହୋଇଛି । ଭୋଲାରୀ ଏୟାରବେସର ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଆକ୍ରମଣ କରାଯାଇଥିଲା । ସେଠାରେ ୪ଟି ଲଢୁଆ ବିମାନ ଓ ଅନେକ ଯୁଦ୍ଧାସ୍ତ୍ର ଥିଲା ।
ଅପରେସନ ସିନ୍ଦୂର ମାଧ୍ୟମରେ କେବଳ ପାକିସ୍ତାନରେ ଆଡ୍ଡା ଜମେଇଥିବା ଆତଙ୍କୀ ମାନଙ୍କୁ ଧ୍ୱଂସ କରିନି ବରଂ ଭୋଲାରୀ ଏୟାରବେସ ପରି ଅନେକ ଏୟାରବେସକୁ ମାଟିରେ ମିଶାଇଛି ଭାରତ । ପାକ୍ ସେନାର ମେରୁଦଣ୍ଡ ବୋଲି କୁହାଯାଉଥିବା ନୁରଖାନ ଓ ମୁରିଦ ଏୟାରବେସକୁ ବି ଧ୍ୱଂସ କରିଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ