Masthead

ଡ୍ରଗସ୍ ମାମଲାରେ ଫସିଲେ ଟଲିଉଡର ଏହି ଅଭିନେତା, ଅଭିନେତ୍ରୀ..

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଡ୍ରଗସ୍ ମାମଲରେ ଛନ୍ଦି ହୋଇଯାଇଛନ୍ତି ଟଲିଉଡ ସେଲିବ୍ରେଟି । ପୂର୍ବରୁ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ କଥା ତ ଆପଣ ଜାଣିଥିବେ । ଜଣଙ୍କ ପରେ ଜଣେ କିପରି ଡ୍ରଗସ୍ ମାମଲାରେ ସାମ୍ନାକୁ ଆସିଥିଲେ । ଆଉ ଏବେ ପୁଣି ଥରେ ସମାନ ମାମଲାରେ ଫସିଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଓ ଅଭିନେତା ରାଣା ଦଗୁବାତିଙ୍କ ପରି ଟପ୍ ସେଲିବ୍ରେଟି । ୪ ବର୍ଷ ତଳର ମାମଲାରେ ପୁଣି ରାକୁଲ ପ୍ରୀତ୍ ସିଂଙ୍କ ସମେତ ୧୦ ଜଣ କଳାକାରଙ୍କୁ ପଚରାଉଚରା କରିବ ଇଡି ।

ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ ଙ୍କୁ ସେପ୍ଟେମ୍ବର ୬ ରେ ଇଡିରେ ହାଜର ହେବାକୁ ଥିବାବେଳେ ସେହିପରି ଅଭିନେତା ରାଣାଙ୍କୁ ୮ ରେ ସମନ କରାଯିବା ନେଇ ନୋଟିସ ଜାରି ହୋଇଛି । ତେଲଗୁ ସିନେମା ଜଗତର ଆଗଧାଡ଼ିର ଅଭିନେତା ତଥା ବଲିଉଡ ଅଭିନେତାଙ୍କୁ ମଧ୍ୟ ସମନ କରିବ ଇଡି । ତେଲୁଗୁ ସିନେମା ଜଗତର ଲୋକପ୍ରୀୟ ଅଭିନେତା ରବି ତେଜା ମଧ୍ୟ ଏଥିରେ ସମ୍ପୃକ୍ତ ରହିଥିବା ବେଳେ ତାଙ୍କୁ ସେପ୍ଟମ୍ବର ୯ ରେ ଇଡି ପାଖରେ ହାଜର ହେବାକୁ ନୋଟିସ ମିଳିଛି ।୨୦୧୭ ରେ ଗୋଟ୍ଏ ବାର୍ରେ ପୋଲିସ ଚଢାଉ କରିଥିଲା,ଯେଉଁଠୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଥିଲା । ଖବର ଅନୁଯାୟୀ ଏହି ୪ ବର୍ଷ ତଳର ଡ୍ରଗ୍ସ ମାମଲାରେ ଲିଙ୍କ୍ ଥିବା ନେଇ ୧୨ ଜଣଙ୍କୁ ସମନ ପଠାଇ ସାରିଲାଣି ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ