Masthead

ମେଗା ଜଳପ୍ରକଳ୍ପକୁ ବିରୋଧ

ରାଜକନିକା ( ବଡ ଖବର ବ୍ୟୁରୋ) : ସରକାରଙ୍କ ପକ୍ଷରୁ ଖରସ୍ରୋତା ନଦୀରେ ଘୋଷିତ ବସୁଧା ଯୋଜନା ଲାଗି ବ୍ୟୟ ଅଟକଳ ହୋଇଛି ୮୭୦କୋଟି । ମାତ୍ର ସରକାର କୌଶଳ କରି ଏହି ପ୍ରକଳ୍ପକୁ ଭଦ୍ରକ ଜିଲ୍ଲାକୁ ଦେବାଲାଗି ଅଭିସନ୍ଧି ରଖିଥିବା ଶୁଣାଯାଉଛି । ଯାହାକୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ । ରବିବାର ଜନସମାବେଶ କରି ବାସ୍ତବ ରୂପଦେବ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ଏଣୁ ସରକାରୀ ଦଳ ଛାନିଆ । ଆତ୍ମରକ୍ଷା ଲାଗି ଆଳି ବିଧାୟକଙ୍କ ପ୍ରତିନିଧି ଶନିବାର ଡାକିଥିଲେ ସାମ୍ବାଦିକ ସମ୍ମୀଳନୀ । ରାଜକନିକା ବ୍ଲକ ସଭାଗୃହରେ କରାଯାଇଥିବା ସାମ୍ବାଦିକ ସମ୍ମିଳନୀର ନେତୃତ୍ୱ ନେଇଥିଲେ ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ ଓ ବ୍ଲକ ବିଜେଡି ସଭାପତି ବିଦ୍ୟାଧର ବେହୁରା । ଆଉ ସମ୍ମୀଳନୀରେ ଜଳପ୍ରକଳ୍ପକୁ ବିରୋଧ କରୁଥିବା ସମିତି ସଦସ୍ୟଙ୍କୁ କରିଥିଲେ କଡା ସମାଲୋଚନା ।

ସରକାରଙ୍କ ଜନସ୍ୱାର୍ଥ କାର୍ଯ୍ୟକୁ ସମିତି ସଦସ୍ୟ ବିରୋଧ କରୁଛନ୍ତି ବୋଲି ବିଧାୟକଙ୍କ ପ୍ରତିନିଧି ଆଣିଛନ୍ତି ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଆଳି-ରାଜକନିକା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଵହି ଯାଉଛି ଖରସ୍ରୋତା ନଦୀ । ବସୁଧା ଯୋଜନାରେ ନଦୀର ଜଳକୁ ସରକାରୀ ଭାବେ ସାମିଲ ଗତ ଜାନୁୟାରୀ ପହିଲାରୁ ଏହି କରାଯାଇଛି ସାମିଲ । ଯାହା ଲାଗି ୮୭୦କୋଟି ବ୍ୟୟ ଅଟକଳ ମଧ୍ୟ କରାଯାଇଛି । ମାତ୍ର ଏହି ମେଗା ଜଳପ୍ରକଳ୍ପକୁ ଆଳି କନିକାର ଲୋକଙ୍କ ପକ୍ଷରୁ କରାଯାଉଛି ବିରୋଧ। । ଏଣୁ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସରକାରଙ୍କ ଏହି ପ୍ରକଳ୍ପର ଉଦ୍ଦେଶ୍ୟକୁ ସ୍ପଷ୍ଟ କରାଯାଇଛି । ପ୍ରକଳ୍ପ ଦ୍ୱାରା ଆଳି କନିକା ଲୋକଙ୍କର କୌଣସି କ୍ଷତି ହେବନି ବୋଲି ବିଧାୟକଙ୍କ ପ୍ରତିନିଧି ସାମ୍ବାଦିକଙ୍କୁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା