Masthead

ସନସାଇନ୍ ପବ୍ଲିକ୍ ସ୍କୁଲରେ ଯାଞ୍ଚ କରୁଛି ପ୍ରଶାସନ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ପ୍ରଶାସନ ପହଞ୍ଚି ଅଧିକ ଖୋଳତାଡ଼ କରୁଛି । ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ତହସିଲଦାର ସର୍ବେଶ୍ଵର ଜାଲ ସ୍କୁଲର କାଗଜପତ୍ର ଯାଞ୍ଚ କରୁଛନ୍ତି । ତା ସହ ଏହାର ଆୟ ବ୍ୟୟ ଅଟକଳ ଯାଞ୍ଚ କରୁଛି । ସେହିପରି ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପାଇଁ କେତେ ଟଙ୍କା ସରକାରୀ ଅନୁଦାନ ମିଳିଛି, ତାର ମଧ୍ୟ ତଦନ୍ତ କରିବ ପ୍ରଶାସନ। ଏହି ଯାଞ୍ଚ ପ୍ରକ୍ରିୟାରେ କେଗାଁ ପୋଲିସ ମଧ୍ୟ ସାମିଲ ହୋଇଛି। ସବୁଠୁ ବଡ଼ କଥା ହେଉଛି କଲେଜର ଯେଉଁ ଗୁପ୍ତ କୋଠରୀ କଥା ଚର୍ଚ୍ଚା ହେଉଛି ପ୍ରଶାସନର ଅଧିକାରୀମାନେ ସେଠାରେ ପହଞ୍ଚିଛନ୍ତି କି ନାଇଁ ସେନେଇ ଏଯାଏ କିଛି ସ୍ପଷ୍ଟ ହୋଇନି ।

ଅନ୍ୟପଟେ ପୋଲିସ ଆଗରେ ସତ ମାନିଛି ଗୋବିନ୍ଦ ସାହୁ। ହତ୍ୟାକାରୀ ଗୋବିନ୍ଦ ହତ୍ୟା ବିଷୟରେ ମୁହଁ ଖୋଲିଛି । ବିଚ୍ ରାସ୍ତାରେ ମମିତାଙ୍କୁ ହତ୍ୟା କରିଥିବା କଥା ସ୍ଵୀକାର କରିଛି। କାର ଭିତରେ ତଣ୍ଟି ଚିପି ହତ୍ୟା କରିଥିବା କଥା କହିଛି । ଗୋବିନ୍ଦ ସମ୍ପର୍କରେ ମମିତା ଜାଣିଥିଲେ କିଛି ବଡ଼ ଗୁମର । ଗୁମର କାହାକୁ ନ କହିବା ପାଇଁ ମମିତାଙ୍କୁ ଗୁହାରି ହୋଇଥିଲା । ମାଣିକେଶ୍ଵରୀ ମନ୍ଦିର ନେଇ କାହାକୁ ନକହିବାକୁ ଶପଥ କରିବାକୁ କହିବାକୁ କହିଥିଲା। ହେଲେ ମମିତା ନଶୁଣିବାରୁ ରାଗି ଯାଇଥିଲା ଗୋବିନ୍ଦ । ଉତକ୍ଷିପ୍ତ ହୋଇ କାରର ପଛପଟ ସିଟରେ ତଣ୍ଟି ଚିପି ମାରିଥିଲା ଗୋବିନ୍ଦ । ମହାଲିଙ୍ଗ ଷ୍ଟାଡିୟମରେ ଗାତ ଖୋଳିବାକୁ ସହଯୋଗୀ ରାଧେକୁ କହିଥିଲା । ମୁନସୀକୁ କହି କାଡବୋର୍ଡ ପ୍ରସ୍ତୁତ ରଖାଯାଇଥିଲା । ଗାତରେ ପାଣି ଜମିବାରୁ କାଡବୋର୍ଡ ପକାଯାଇଥିଲା । ମୃତଦେହରେ କାଠ ଓ ଟାୟାର ପକାଇ ଜାଳି ଦେଇଥିଲା ଗୋବିନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର