Masthead

ସାହାଯ୍ୟ ପାଇଁ ଆଜି କେନ୍ଦ୍ରାପଡ଼ା ଯିବ ବଡ଼ ଖବର

(ବଡ଼ ଖବର ବ୍ୟୁରୋ):ଶ୍ରୀକ୍ଷେତ୍ର ପୁରୀ ପରେ ତୁଳସୀକ୍ଷେତ୍ର । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପହଞ୍ଚିବ ଲୋକଙ୍କ ଚ୍ୟାନେଲ ବଡ଼ ଖବର । ନିରପେକ୍ଷ ସାମ୍ବାଦିକତା ପାଇଁ, ଗଣତନ୍ତ୍ରର ସୁରକ୍ଷା ପାଇଁ ସାଧାରଣ ଲୋକଙ୍କୁ ସାହାଯ୍ୟ ମାଗିବ ବଡ଼ ଖବର । ସୋମବାର ଦିନ ୧୦ଟାରେ କେନ୍ଦ୍ରାପଡ଼ାରେ ହେଲ୍ପ ବଡ଼ ଖବର ଅଭିଯାନ ଆରମ୍ଭ ହେବ । ଶ୍ରୀ ଶ୍ରୀ ସିଦ୍ଧବଳଦେବଜିଉଙ୍କ ଆଶୀର୍ବାଦରୁ ମନ୍ଦିର ସାମ୍ନାରେ ବଡ଼ ଖବର ପକ୍ଷରୁ ସାହାଯ୍ୟ ପାଇଁ ଅନୁରୋଧ କରାଯିବ । ଏହା ସହ କେନ୍ଦ୍ରାପଡ଼ାର ତିନି ମୁହାଣି ଛକରେ ମଧ୍ୟ ବଡ଼ ଖବର ଟିମ୍ ଆପଣଙ୍କ ଅପେକ୍ଷାରେ ରହିବ ।

କେନ୍ଦ୍ରାପଡ଼ାବାସୀଙ୍କ ସହ ସବୁ ସୁଖ, ଦୁଃଖରେ ଛିଡା ହୋଇଛି ବଡ଼ ଖବର । ସାଧାରଣ ମଣିଷଙ୍କ ସ୍ୱାର୍ଥ ପାଇଁ ଲଢେଇ କରିଛି । ଶାସନରେ ଥିବା ଲୋକଙ୍କୁ ପ୍ରଶ୍ନ କରିଛି । ଆଜି ଏହି ଚ୍ୟାନେଲ ଚଲାଇବାକୁ, ଆପଣମାନଙ୍କ ସହେଯାଗ ଦରକାର ହେଉଛି । ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ, ଯେତିକି ସମ୍ଭବ ସହଯୋଗ କରି ବଡ଼ ଖବରର ମନୋବଳ ବଢାଇ ପାରିବେ । ଏହା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବଡ଼ ଖବରର ଶୁଭେଚ୍ଛୁମାନେ ବହୁ ସଂଖ୍ୟାରେ ଭାଗ ନେଇ ସାହାଯ୍ୟର ହାତ ବଢାଇଥିଲେ । କେନ୍ଦ୍ରାପଡ଼ାବାସୀ ମଧ୍ୟ ବଡ଼ ଖବର ସହ ଛିଡା ହେବେ ବୋଲି ଆଶା ରଖିଛି ବଡ଼ ଖବରର ପୂରା ଟିମ୍ ।

ବଡ଼ ଖବର କୌଣସି ପୁଞ୍ଜିପତି କିମ୍ବା ରାଜନେତାଙ୍କ ଚ୍ୟାନଲେ ନୁହେଁ । ଏହା ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ । ସାହସର ସହ ଲୋକଙ୍କ ପାଇଁ ଲଢେଇ କରିବା ହିଁ ବଡ଼ ଖବରର ଏକମାତ୍ର ଲକ୍ଷ୍ୟ । ଏଥିପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକ ହେଉଛି । ଆପଣମାନେ ନିଶ୍ଚୟ ନିରପେକ୍ଷ ଗଣମାଧ୍ୟମ ସହ ଛିଡାହେବେ ଏହି ଆଶାରେ ହେଲ୍ପ ବଡ଼ ଖବର ଅଭିଯାନ ଆରମ୍ଭ କରାଯାଇଛି । ଏହିକ୍ରମରେ କାଲି କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ରମ ରଖାଯାଇଛି । ବଡ଼ ଖବରକୁ ସାହାଯ୍ୟ କରିବାକୁ ୬୩୭୦୭୦୧୨୦୧ ନମ୍ବରରେ ଯୋଗାଯୋଗ ମଧ୍ୟ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ