Masthead

‘ଆଫଗାନିସ୍ତାନ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌’ର ମୁଖପାତ୍ର ଫହୀମ ଦସ୍ତୀ ନିହତ

(ବଡ଼ ଖବର ବ୍ୟୁରୋ): ଆଫଗାନ୍ତିସ୍ତାନ ରେଜିଷ୍ଟାନ୍ସ ଫୋର୍ସକୁ ବଡ଼ ଧରଣର ଝଟକା । ପଞ୍ଜଶୀରରେ ଚାଲିଥିବା ଲଢ଼େଇରେ ‘ଆଫଗାନିସ୍ତାନ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌’ର ମୁଖପାତ୍ର ଫହୀମ ଦସ୍ତୀ ନିହତ ହୋଇଥିବା ସୂଚନା ମିଳିଛି । ଏନେଇ ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନେକ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ ହୋଇଛି । ସୂଚନା ଅନୁସାରେ, ରେଜିଷ୍ଟାନ୍ସ ଫୋର୍ସ ସହ ତାଲିବାନର ଲଢେଇ ଚାଲିଥିବା ବେଳେ ଦସ୍ତୀ ପ୍ରାଣ ହରାଇଛନ୍ତି । ଏନେଇ ଫୋର୍ସ ମଧ୍ୟରୁ ମଧ୍ୟ ଫେସବୁକ ପେଜରେ ସୂଚନା ଦିଆଯାଇଛି ।

ଫେସବୁକ ପେଜରେ ଉଲ୍ଲେଖ ରହିଛି ଯେ, ରବିବାର ଦୁଇ ଜଣ ସଦସ୍ୟଙ୍କୁ ସେମାନେ ହରାଇଛନ୍ତି । ଅମୀର ସାହେବ ମସୁଦଙ୍କ କାର୍ଯ୍ୟାଳୟ ପ୍ରମୁଖ ଫହୀମ ଦସ୍ତୀ ଓ ଫାସିବାଦ ବିରୋଧରେ ଲଢୁଥିବା ସାହିବ ବଦ୍ଦୁଦ ଝୋର ନିହତ ହୋଇଛନ୍ତି । ଆଫଗାନିସ୍ତାନର ଜଣେ ସାମ୍ବାଦିକ କହିଛନ୍ତି ଯେ, ପଞ୍ଜଶୀରରେ ଦସ୍ତୀଙ୍କ ଜୀବନ ଚାଲିଯାଇଛି । ସେ ଗତ ବର୍ଷ ଗଣମାମଧ୍ୟକୁ କେବଳ ପଞ୍ଜଶୀର ପାଇଁ ନୁହେଁ ବରଂ ଆଫଗାନିସ୍ତାନ ପାଇଁ ଲଢେଇ କରୁଥିବା କହିଥିଲେ । ସେ ଆଫଗାନିସ୍ତାନର ସଂଖ୍ୟାଲଘୁ ଓ ମହିଳାଙ୍କ ସୁରକ୍ଷା ଏବଂ ଅଧିକାରଙ୍କୁ ନେଇ ଚିନ୍ତିତ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ