Before Header

ବିଜେପି ରାଜନୀତିରେ ନୂଆ ଟୁଇଷ୍ଟ୍, ବିଜୟ ମହାପାତ୍ରଙ୍କ ଘରେ ପହଞ୍ଚିଲେ ଧର୍ମେନ୍ଦ୍ର

0 2,001

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଫଟୋ ଏକ ଚର୍ଚ୍ଚା ଅନେକ । ଫଟୋରେ ଦୁଇ ଚର୍ଚ୍ଚିତ ଚେହେରା । ଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଜଣେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟଙ୍କ ଘରେ ଯାଇ ଭଲମନ୍ଦ ପଚାରିଛନ୍ତି ଧର୍ମେନ୍ଦ୍ର । ଉଭୟ ବିଜେପିରେ ଅଛନ୍ତି। ପୁଣି ଉଭୟ ବିଜେପିର ଟାଣୁଆ ନେତା । ତାହେଲେ ଏ ଫଟୋକୁ ନେଇ ଚର୍ଚ୍ଚା କାହିଁକି?ଚର୍ଚ୍ଚା ଏଇଥି ପାଇଁ ହଠାତ ଧର୍ମେନ୍ଦ୍ର ବିଜୟଙ୍କ ପାଖକୁ ଗଲେ କାହିଁକି? ଏକଥା ସମସ୍ତେ ଜାଣନ୍ତି ବିଜେପିରେ ଧର୍ମେନ୍ଦ୍ର କ୍ୟାମ୍ପ ସବୁଠୁ ପାୱାର ଫୁଲ । ଆଉ ବିଜୟ ମହାପାତ୍ର ଧର୍ମେନ୍ଦ୍ର ଗୋଷ୍ଠୀର ନୁହଁନ୍ତି । ୨୦୦୯ ନିର୍ବାଚନ ପୂର୍ବରୁ ଏନସିପି ଛାଡି ପଦ୍ମ ଧରିଥିଲେ ବିଜୟ ମହାପାତ୍ର ।

୨୦୦୯ରୁ୨୦୧୪ ବିଜେପିରେ ବେଶ୍ ସକ୍ରିୟ ଥିଲେ ବିଜୟ । ଏପରିକି ରାଜ୍ୟ ବିଜେପି ସଭାପତି ରେସରେ ଥିଲେ ବିଜୟ ମହାପାତ୍ର । କିନ୍ତୁ ୨୦୧୪ରେ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ହେବାପରେ ରାଜ୍ୟ ବିଜେପିକୁ ନିୟନ୍ତ୍ରଣରେ ଆଣିଥିଲେ । ଧିରେ ଧିରେ ବିଜେପିରେ ନିଷ୍କ୍ରିୟ ହେବାକୁ ଲାଗିଲେ ବିଜୟ ମହାପାତ୍ର । ଆଗ ଭଳି ଆଉ ପାର୍ଟି ଅଫିସରେ ପ୍ରେସ କନଫରେନ୍ସ ନକରି ନିଜ ଘରେ ମିଡ଼ିଆ ଆଗରେ ମତ ରଖନ୍ତି ବିଜୟ । ଯାହା ଦର୍ଶାଉଥିଲା ଧର୍ମେନ୍ଦ୍ର ଓ ବିଜୟଙ୍କ ମଧ୍ୟରେ ବଢୁଥିଲା ଦୂରତା ।

ଦଳ ମଧ୍ୟ ବିଜୟଙ୍କ ଭଳ ସିନିୟର ଲିଡରଙ୍କୁ ଅଣଦେଖା କରିବା ଭଳି ଲାଗିଲା । ଲାଗୁଥିଲା କେବଳ ଦଳୀୟ ଚିହ୍ନରେ ଲଢିବା ଛଡା ବିଜେପିରେ ବିଜୟଙ୍କ ଅଧିକ କିଛି କରିବାର ନଥିଲା । ଏବେ ପାୱାର ଫୁଲ ଧର୍ମେନ୍ଦ୍ର ବିଜୟଙ୍କ ଘରେ ପାଦ ପକାଇଛନ୍ତି । ୨୦୨୨ରେ ପଞ୍ଚାୟତ ନିର୍ବାଚନ । ୧୯ର ପରାଜୟ ପରେ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ବିଜେପିର ଆଖି । ଏହା ପୂର୍ବରୁ ଘର ସଜାଡ଼ିବାକୁ ଉଭୟ ଧର୍ମେନ୍ଦ୍ର ଓ ବିଜେପି ଉଦ୍ୟମ କରିବା ଅନୁଭବ ହେଉଛି । ବିଜୟଙ୍କ ଭଳି ପୁରୁଖା ନେତା ଦଳ ପାଇଁ ଅଲୋଡା ନୁହଁ ବରଂ ଆସେପ୍ଟ । ଏହି ବାର୍ତ୍ତା ଦେବାକୁ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଟା କରିଛନ୍ତି । ସମସ୍ତଙ୍କୁ ସାଥୀରେ ନେଇ ପଞ୍ଚାୟତ ନିର୍ବାଚନରେ ଭଲ କରିବାକୁ ଦଳ ଆଶା ରଖିଛି । ତେବେ ଏଇ ଭେଟଘାଟ୍ ବିଜେପି ରାଜନୀତିରେ କି ପରିବର୍ତ୍ତନ ଆଣୁଛି ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଣାପଡ଼ିବ ।

Leave A Reply

Your email address will not be published.