Masthead

ବଡ଼ ଖବରର ବଡ଼ ପ୍ରଭାବ, ରବ୍ଦ ହେଲା ଖଣିର ବେଆଇନ ଅନୁମତି

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ପୂର୍ବତନ ଜିଲ୍ଲାପାଳଙ୍କ ଅହେତୁକ ଅନୁକମ୍ପା ପଦାରେ ପଡିଲା । ରଦ୍ଧ ହେଲା ଆନ୍ଧ୍ରର ସଲଭେନ୍ସି ସାର୍ଟିଫିକେଟ । ଏଣିକି ସିଏସ ବେଣୁ ଗୋପାଳ କମ୍ପାନି ଆଉ ମାଲକାନଗିରି ଜିଲ୍ଲାରେ କାମ କରିପାରିବନି । ପୂର୍ବତନ ଜିଲ୍ଲାପାଳ ୱାଇ ବିଜୟ କୁମାରଙ୍କ ଆନ୍ଧ୍ର ପ୍ରିତି କାମ କଲାନି । ଡେରିରେ ହେଉ ପଛେ ନୂଆ ଜିଲ୍ଲାପାଳ ନେଇଥିବା ପଦକ୍ଷେପ ଯୋଗୁଁ ରାଜ୍ୟ ସରକାର ହରାଇବାକୁ ଥିବା ରାଜସ୍ୱ ବଞ୍ଚିଯାଇଛି ।

ପୂର୍ବତନ ଜିଲ୍ଲାପାଳ ଡ. ୱାଇ ବିଜୟ କୁମାର ଆନ୍ଧ୍ରର ଏହି କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ । କମ୍ପାନି ଓ ପୂର୍ବତନ ଜିଲ୍ଲାପାଳ ଆନ୍ଧ୍ରର । ତେଣୁ ପୂର୍ବତନ ଜିଳ୍ଲାପାଳ ସିଏସ୍ ବେଣୁଗୋପାଳ କମ୍ପାନିକୁ ଅନୁକମ୍ପା ଦେଖାଇଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏନେଇ ବଡ଼ ଖବରରେ ଖବର ପ୍ରସାରଣ ହୋଇଥିଲା । ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ତାଙ୍କ ଏଡିଟୋରିଆଲ ସୋରେ ଜିଲ୍ଲାପାଳଙ୍କ ଆନ୍ଧ୍ର ପ୍ରୀତିକୁ କଟୁ ସମାଲୋଚନା କରିଥିଲେ । କମ୍ପାନି ସିଏସ ବେଣୁଗୋପାଳଙ୍କୁ ଚଞ୍ଚକତା କରି ସଲେଭେନ୍ସି ସାର୍ଟିଫିକେଟ୍ ଦିଆଯାଇଥିବାର ଗୁରୁତର ଅଭିଯୋଗ ଆସିଥିଲା ।

ଫଳରେ ମାଲକାନଗିରିରୁ କୋଟି କୋଟି ଟଙ୍କାର ଗ୍ରାନାଇଟ୍ ଚୀନକୁ ରପ୍ତାନି ହେଉଥିଲା । ତେବେ ବର୍ତ୍ତମାନର ଜିଲ୍ଲାପାଳ ସିଏସ ବେଣୁ ଗୋପାଳଙ୍କ ସଲଭେନ୍ସି ରଦ୍ଦ କରିଛନ୍ତି । ଏବେ ଅନୁକମ୍ପାରେ ପାଇଥିବା ୧କୋଟିର ସରକାରୀ କାମକୁ ଆଉ କରିପାରିବନି ଆନ୍ଧ୍ର କମ୍ପାନି । ସଲେଭେନ୍ସି ବାତିଲ ହେବା ପରେ ୭ଟି ମୂଲ୍ୟବାନ ଖଣି ନିଲାମରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି । ବେଣୁଗୋପାଳଙ୍କ ସହ ଅନ୍ୟଦୁଇ ସଂସ୍ଥାର ସଲଭେନ୍ସିକୁ ନୂତନ ଜିଲ୍ଲାପାଳ ରଦ୍ଧ କରିଛନ୍ତି । ସଲଭେନ୍ସି ସାର୍ଟିଫିକେଟ୍ ପ୍ରଦାନରେ ସହଯୋଗ କରିଥିବା ଆଇଆଇ, ତହସିଲଦାର ଓ ଉପଜିଲ୍ଲାପାଳଙ୍କ ବିରୋଧରେ ନୂତନ ଜିଲ୍ଲାପାଳ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ