Masthead

ବଡ଼ ଖବରର ବଡ଼ ପ୍ରଭାବ, ରବ୍ଦ ହେଲା ଖଣିର ବେଆଇନ ଅନୁମତି

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ପୂର୍ବତନ ଜିଲ୍ଲାପାଳଙ୍କ ଅହେତୁକ ଅନୁକମ୍ପା ପଦାରେ ପଡିଲା । ରଦ୍ଧ ହେଲା ଆନ୍ଧ୍ରର ସଲଭେନ୍ସି ସାର୍ଟିଫିକେଟ । ଏଣିକି ସିଏସ ବେଣୁ ଗୋପାଳ କମ୍ପାନି ଆଉ ମାଲକାନଗିରି ଜିଲ୍ଲାରେ କାମ କରିପାରିବନି । ପୂର୍ବତନ ଜିଲ୍ଲାପାଳ ୱାଇ ବିଜୟ କୁମାରଙ୍କ ଆନ୍ଧ୍ର ପ୍ରିତି କାମ କଲାନି । ଡେରିରେ ହେଉ ପଛେ ନୂଆ ଜିଲ୍ଲାପାଳ ନେଇଥିବା ପଦକ୍ଷେପ ଯୋଗୁଁ ରାଜ୍ୟ ସରକାର ହରାଇବାକୁ ଥିବା ରାଜସ୍ୱ ବଞ୍ଚିଯାଇଛି ।

ପୂର୍ବତନ ଜିଲ୍ଲାପାଳ ଡ. ୱାଇ ବିଜୟ କୁମାର ଆନ୍ଧ୍ରର ଏହି କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ । କମ୍ପାନି ଓ ପୂର୍ବତନ ଜିଲ୍ଲାପାଳ ଆନ୍ଧ୍ରର । ତେଣୁ ପୂର୍ବତନ ଜିଳ୍ଲାପାଳ ସିଏସ୍ ବେଣୁଗୋପାଳ କମ୍ପାନିକୁ ଅନୁକମ୍ପା ଦେଖାଇଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏନେଇ ବଡ଼ ଖବରରେ ଖବର ପ୍ରସାରଣ ହୋଇଥିଲା । ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ତାଙ୍କ ଏଡିଟୋରିଆଲ ସୋରେ ଜିଲ୍ଲାପାଳଙ୍କ ଆନ୍ଧ୍ର ପ୍ରୀତିକୁ କଟୁ ସମାଲୋଚନା କରିଥିଲେ । କମ୍ପାନି ସିଏସ ବେଣୁଗୋପାଳଙ୍କୁ ଚଞ୍ଚକତା କରି ସଲେଭେନ୍ସି ସାର୍ଟିଫିକେଟ୍ ଦିଆଯାଇଥିବାର ଗୁରୁତର ଅଭିଯୋଗ ଆସିଥିଲା ।

ଫଳରେ ମାଲକାନଗିରିରୁ କୋଟି କୋଟି ଟଙ୍କାର ଗ୍ରାନାଇଟ୍ ଚୀନକୁ ରପ୍ତାନି ହେଉଥିଲା । ତେବେ ବର୍ତ୍ତମାନର ଜିଲ୍ଲାପାଳ ସିଏସ ବେଣୁ ଗୋପାଳଙ୍କ ସଲଭେନ୍ସି ରଦ୍ଦ କରିଛନ୍ତି । ଏବେ ଅନୁକମ୍ପାରେ ପାଇଥିବା ୧କୋଟିର ସରକାରୀ କାମକୁ ଆଉ କରିପାରିବନି ଆନ୍ଧ୍ର କମ୍ପାନି । ସଲେଭେନ୍ସି ବାତିଲ ହେବା ପରେ ୭ଟି ମୂଲ୍ୟବାନ ଖଣି ନିଲାମରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି । ବେଣୁଗୋପାଳଙ୍କ ସହ ଅନ୍ୟଦୁଇ ସଂସ୍ଥାର ସଲଭେନ୍ସିକୁ ନୂତନ ଜିଲ୍ଲାପାଳ ରଦ୍ଧ କରିଛନ୍ତି । ସଲଭେନ୍ସି ସାର୍ଟିଫିକେଟ୍ ପ୍ରଦାନରେ ସହଯୋଗ କରିଥିବା ଆଇଆଇ, ତହସିଲଦାର ଓ ଉପଜିଲ୍ଲାପାଳଙ୍କ ବିରୋଧରେ ନୂତନ ଜିଲ୍ଲାପାଳ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ