Masthead

ବରୀରେ ବିଜେପି ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ

ବରୀ(ବଡ଼ ଖବର ବ୍ୟୁରୋ); ଆଜି ବରୀ ବିଜେପି ପକ୍ଷରୁ ବରୀ ବ୍ଲକ ରତଳାଙ୍ଗ ପଞ୍ଚାୟତ ରେ ମୋ ଦେଶ ମୋ ମାଟି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସାରା ଦେଶରେ ଏହି କାର୍ଯ୍ୟକ୍ରମ କରୁଥିବା ବେଳେ ଆଜି ବରୀରେ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରବିନାରାୟଣ ବେହେରା , ରାଜ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ମନସ୍ମିତା ଖୁଣ୍ଟିଆ, ପୂର୍ବତନ ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ାଙ୍କ ସହିତ ଶତାଧିକ ବିଜେପି କର୍ମୀ ତଳାଙ୍ଗ ପଞ୍ଚାୟତର ଦଧିବାମନ ଜିୟୁ ମନ୍ଦିର ଠାରୁ ମୂର୍ତ୍ତିକା ସଂଗ୍ରହ କରି ଏକ ବିରାଟ ପଟୁଆରରେ ବୁଲି ମୂର୍ତ୍ତିକା ସଂଗ୍ରହ କରିଥିଲେ। ପରେ ଦେଶ ପାଇଁ ସହିଦ ହୋଇଥିବା ସେହି ଗ୍ରାମର ସହିଦ ବାମଦେବ ସାମଲଙ୍କ ବାସ ଗୃହରେ ପହଞ୍ଚି ସହିଦଙ୍କ ସ୍ମୃତି ଚାରଣ କରିବା ସହ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସେଠାରେ ଆୟୋଜିତ ଏକ ସଭାରେ ମୋ ଦେଶ ମୋ ମାଟି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି ତାହାକୁ ଜନ ସାଧାରଣ ଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଆଜିର ଏହି କାର‌୍ୟ୍ୟକ୍ରମରେ ବିଜେପିର ବହୁ ଆଗ ଧାଡ଼ିର ଛାମୁଆ କର୍ମୀ ମାନଙ୍କ ସହ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା