Masthead

ଟଙ୍କା ପାଇଁ ସ୍ତ୍ରୀକୁ ବିକିଦେଲା ନୃଶଂସ ସ୍ୱାମୀ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଟଙ୍କା ପାଇଁ ସ୍ତ୍ରୀକୁ ପର ହାତରେ ଟେକି ଦେଲା ସ୍ବାମୀ। ଘଟଣାରେ ଅଭିଯୁକ୍ତ ସ୍ବାମୀ ରାଜେଶ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଲେକେଲା ଗାଁରେ। ସୂଚନା ଅନୁସାରେ ଗତ ୬ ମାସ ଆଗରୁ ସୁଲେକେଲାର ରାଜେଶ ଟିକ୍ରାପଡାର ଭାରତୀ ରାଣା ସହ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ପରେ ଜୁଲାଇ ମାସରେ ପରିବାର ଲୋକ ଉଭୟଙ୍କ ବିବାହ କରିଥିଲେ।

ହେଲେ ଗତ ଅଗଷ୍ଟ ମାସରେ ବାହାର ରାଜ୍ୟକୁ ଇଟା ଗଢ଼ି ଯିବା ବାହାନାରେ ରାଜସ୍ଥାନର ମନଝୋଲାକୁ ନେଇ ସ୍ତ୍ରୀକୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଥିଲା ରାଜେଶ। ତେବେ ଭାରତୀଙ୍କ କୌଣସି ଖବର ନମିଳିବାରୁ ପରିବାର ପକ୍ଷରୁ ଗତ ୨୧ ତାରିଖରେ ବେଲପଡା ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ବେଲପଡା ପୋଲିସ ରାଜସ୍ଥାନକୁ ଯାଇ ଭାରତୀଙ୍କୁ ଉଦ୍ଧାର କରିଛି। ଅନ୍ୟପଟେ ସ୍ତ୍ରୀକୁ ବିକ୍ରି ଅଭିଯୋଗରେ ରାଜେଶ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ