ବାଟହୁଡ଼ୁଛି ବିକାଶ

ବୈପାରୀଗୁଡା (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥା, ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି । କିନ୍ତୁ ଆଦିବାସୀଙ୍କ ବିକାଶ ତ ଦୂରର କଥା ଏବେବି ଅନେକ ଗାଁ ଏମିତି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି । ଗାଁ କୁ ରାସ୍ତା ନଥିବାରୁ ଅନେକ ସମୟରେ ଏପରି ରୋଗୀଙ୍କୁ ବୁହା ହୁଏ । ସେହିପରି ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଂଚାୟତର ମାଦି କାରୁଗୁଡ଼ା ଗାଁରେ ।

ଗତ କିଛି ଦିନ ପୂର୍ବେ କାରୁଗୁଡା ଗ୍ରାମର ବୃଦ୍ଧ ବୁଦ୍ରକ୍ଷ କ୍ରିଷକ୍ଷନି ଗଛରୁ ପଡିଯାଇଥିବା ବେଳେ ତାଙ୍କର ଦୁଇଗୋଡ଼ ଭାଙ୍ଗି ଯାଇଥିଲା । ପରିବାର ଲୋକେ ତାଙ୍କୁ କୋରାପୁଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଚିକିତ୍ସା ନିମନ୍ତେ ଆବଶ୍ୟକ ଟଙ୍କା ଅଭବ ଯୋଗୁ ବୁଦ୍ରକ୍ଷ ଙ୍କୁ ମେଡିକାଲରୁ ଘରକୁ କାରୁଗୁଡା ଫେରିଆସିଲେ । ଆଉ ଯନ୍ତ୍ରଣାରେ ଛଟ ପଟ ହୋଇ ଘରେ ପଡି ରହିଥିଲେ, ଏହା ଦେଖି ବୈପାରୀଗୁଡାର କିଛି ଯୁବ ଗୋଷ୍ଠୀ ପଂହଁଚି ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ସହାୟତା କରିବା ସହ ୧୦୮ ଆମ୍ବୁଲାନ୍ସ ଡାକି ଥିଲେ ।

କିନ୍ତୁ ଗାଁ କୁ ଯିବାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଟି ଦୁଇ କିମି ଦୂର ରେ ଅଟକି ଯାଇଥିଲା । ତେଣୁ ଗାଁ ଲୋକ ଏକତ୍ରିତ ହୋଇ ଭାର କରି ଦୁଇ କିମି ଚାଲି ଚାଲି ଆମ୍ବୁଲାନ୍ସ ରେ ଆଣିଥିଲେ । ଆମ୍ବୁଲାନ୍ସ ମଧ୍ୟରେ ରେ ଜୟପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!