ଆଜି ନୂଆଁଖାଇ, ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ):ଆଜି ନୂଆଁଖାଇ । ଏତିପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । କୃଷି ଭିତ୍ତିକ ପର୍ବ ନୂୂଆଁଖାଇ ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଛି । ଘରେ ଘରେ ପରିବାର ପରିଜନଙ୍କ ସହ ଏକାଠି ହୋଇଛନ୍ତି ସମସ୍ତେ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ପାଳନ କରାଯାଏ ନୂଆଁଖାଇ । ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ । ମାଁ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବା ପରେ। ଘରେ ଘରେ ନିଜ ଇଷ୍ଟଦେବୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗି କରିଥାନ୍ତି।

ସେପଟେ ଚାଷୀ ନିଜ ଖେତକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଖେତରୁ ଆସି ଘରେ ପୂଜା କରିବା ପରେ ଘରର ବୈଜଷ୍ଠ ବ୍ୟକ୍ତିଙ୍କ ଠାରୁ ନେଇ ନୂଆଁ ଧାନରେ ପ୍ରସ୍ତୁତ ନବାନ୍ନ ଭୋଗକୁ ଖାଇଥାନ୍ତି ସମସ୍ତେ। ଏହା ପରେ ସମସ୍ତେ ଜୁହାର ଭେଟ ହେବାର ରହିଥାଏ କାର୍ୟ୍ୟକ୍ରମ। ତା ସହ ଘରେ ଘରେ ନାନା ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ ରନ୍ଧା ହୋଇଥିବା ବେଳେ ପରିବାର ସଭିଏଁ ଏକାଠି ବସି ଖାଇଥାନ୍ତି।

ଯାହା କି ଏକ ନିଆରା ପରମ୍ପରା ରହିଆସିଛି। ଖାଇବା ପରେ ଗାଁ ରେ ହଉ କି ସହରରେ ସମସ୍ତେ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇବା ସହ ଜମିଥାଏ ସାଂସ୍କୃତିକ କାର୍ୟ୍ୟକ୍ରମ। ହେଲେ କରୋନା ଗାଇଡ ଲାଇନ ଅନୁଯାଇ ନୂଆଁଖାଇକୁ ସାଂସ୍କୃତିକ କାର୍ୟ୍ୟକ୍ରମ ବାରଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’