Masthead

କେନାଲକୁ ଖସିଲା କାର, ଦୁଇ ନିଖୋଜ

ବାଲିଅନ୍ତା (ବଡ଼ ଖବର ବ୍ୟୁରୋ): ବାଲିଅନ୍ତା ଥାନା ପୁରୀ ମୁଖ୍ୟ କେନାଲକୁ ଗତକାଲି ବିଳମ୍ବିତ ରାତିରେ ଖସିଲା କାର । ଦୁର୍ଘଟଣାରେ କାର ଦୀର୍ଘ ୨ ଘଣ୍ଟା ଗଭୀର ଜଳରେ ବୁଡ଼ି ରହିଥିଲା । ପରେ କ୍ରେନ୍ ଯୋଗେ ଉପରକୁ ଅଣାଯାଇଥିଲା । ମାତ୍ର କାର ମଧ୍ୟରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ପତା ମିଳିନଥିଲା । ନିଖୋଜ ଦୁଇ ବ୍ୟକ୍ତି ହେଉଛନ୍ତି ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦିପ କୁମାର ଏବଂ କର୍ମଚାରୀ ମାହେନ୍ଦ୍ର କୁମାର । ବୁଧବାର ରାତ୍ରି ପ୍ରାୟ ୧୨ ଟା ରୁ ୧ଟା ସମୟରେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର ଶିବ ଶକ୍ତି ନଗରକୁ ଯାଉଥିଲା ।

ପୁରୀ ମୁଖ୍ୟ କେନାଲ୍ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିଯାଇଥିଲା । କେନାଲର ଗଭୀର ଜଳରେ କାରଟି ବୁଡି ଯାଇଥିଲା । ସ୍ଥାନୀୟ ସିକ୍ୟୁରିଟି ଗାର୍ଡ ଏହା ଦେଖି ତୁରନ୍ତ ପୋଲିସ ଏବଂ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥ୍ଥଳରେ ପହଁଞ୍ଚି କ୍ରେନ ଯୋଗେ କେନାଲରୁ କାରକୁ ଉପରକୁ ଉଠାଇ ଆଣିôଥଲେ । ମାତ୍ର ସେହି କାର ମଧ୍ୟରେ ଥିବା ଦୁଇ ଯୁବକଙ୍କର ପତା ମିଳିନାହିଁ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ